ଓଡିଶା

odisha

ETV Bharat / sports

ସିନିୟର ମହିଳା ହକି କୋଚିଂ କ୍ୟାମ୍ପ୍‌ ସ୍କ୍ବାଡ୍‌ରେ ୪ ଓଡିଆ - ରଶ୍ମିତା ମିଞ୍ଜ

ମହିଳା ନ୍ୟାସନାଲ ହକି କୋଚିଂ କ୍ୟାମ୍ପ୍‌ ପାଇଁ ହକି ଇଣ୍ଡିଆ ପକ୍ଷରୁ ଘୋଷିତ ୨୫ ଜଣ ଖେଳାଳିଙ୍କ ମଧ୍ୟରେ ୪ ଓଡିଆ ଖେଳାଳି - ଲିଲିମା ମିଞ୍ଜ, ରଶ୍ମିତା ମିଞ୍ଜ, ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ । ଅଧିକ ପଢନ୍ତୁ...

Hockey India names 25 players for senior women's nat'l coaching camp
ସିନିୟର ମହିଳା ହକି କୋଚିଂ କ୍ୟାମ୍ପ୍‌ ସ୍କ୍ବାଡରେ ୪ ଓଡିଆ

By

Published : Sep 12, 2021, 3:31 PM IST

ନୂଆଦିଲ୍ଲୀ:ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ସିନିୟର ମହିଳା ହକି ନ୍ୟାସନାଲ କୋଚିଂ କ୍ୟାମ୍ପ୍‌ । ଟୋକିଓ ଅଲମ୍ପିକ୍‌ ୨୦୨୦ରେ ସ୍ମରଣୀୟ ପ୍ରଦର୍ଶନ ସହିତ ଭାରତୀୟ ମହିଳା ହକି ଟିମ ଐତିହାସିକ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲା । ହକି ଇଣ୍ଡିଆ ନ୍ୟାସନାଲ କୋଚିଂ କ୍ୟାମ୍ପ୍‌ ପାଇଁ ୨୫ ଜଣ ଖେଳାଳିଙ୍କ ନାମ ଘୋଷଣା କରିଛି । SAI ବେଙ୍ଗାଲୁରୁରେ ସେପ୍ଟେମ୍ବର ୧୩ରୁ ଏହି କ୍ୟାମ୍ପ୍‌ ଆରମ୍ଭ ହେବା ନେଇ ସୂଚୀ ରହିଛି । ହକି ଇଣ୍ଡିଆ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ସେପ୍ଟେମ୍ବର ୧୩ରୁ କ୍ୟାମ୍ପ୍‌ ଆରମ୍ଭ ହୋଇ ଅକ୍ଟୋବର ୨୦ରେ ଶେଷ ହେବ । ଟୋକିଓ ଅଲମ୍ପିକ୍‌ରେ ଅଂଶଗ୍ରହଣ କରିଥିବା ମହିଳା ହକି ଟିମର ୧୬ଜଣ ସଦସ୍ୟ ମଧ୍ୟ ଘୋଷିତ ୨୫ ସଦସ୍ୟଙ୍କ ମଧ୍ୟରେ ରହିଛନ୍ତି ।

ସମ୍ଭାବ୍ୟ କୋର୍‌ ଗ୍ରୁପ୍‌ରେ ସବିତା, ରଜନୀ ଇତିମାର୍ପୁ, ଦୀପଗ୍ରେସ ଏକ୍କା, ରୀନା ଖୋଖର, ଗୁରଜିତ କୌର, ନିଶା, ନିକ୍କି ପ୍ରଧାନ, ମୋନିକା, ନେହା, ସୁଶୀଳା ଚାନୁପୁଖ୍ରମ୍ବାମ, ନମିତା ଟପ୍ପୋ, ରାନୀ, ବନ୍ଦନା କାଟାରିୟା, ନବଜୋତ କୌର, ନବନୀତ କୌର, ଉଦିତା ରହିଛନ୍ତି । ଏହି ଖେଳାଳିମାନେ ଟୋକିଓ ଅଲମ୍ପିକ୍‌ରେ ଭାରତୀୟ ଟିମର ସଦସ୍ୟ ରହିଥିଲେ । ସେହିପରି ଅଭିଜ୍ଞ ଖେଳାଳି ଲିଲିମା ମିଞ୍ଜ, ରଶ୍ମିତା ମିଞ୍ଜ, ଜ୍ୟୋତି, ରାଜୱିନ୍ଦର କୌର ଓ ମନପ୍ରୀତ କୌର, ଗଙ୍ଗାଦୀପ କୌର, ମାରିଆନା କୁଜୁର, ସୁମନ ଦେବୀ ଥୌଡାମ ଓ ମହିମା ଚୌଧୁରୀ ମଧ୍ୟ ନ୍ୟାସନାଲ କ୍ୟାମ୍ପ ପାଇଁ ଡାକରା ପାଇଛନ୍ତି ।

ଅନ୍ୟପଟେ ଅଲମ୍ପିକ ସ୍କ୍ବାଡର ସଦସ୍ୟ ଥିବା ସାଲିମା ଟେଟେ, ଲାଲ୍ରେସିଆମି ଓ ଶର୍ମିଳା, ଭାରତୀୟ ଜୁନିୟର ମହିଳା ଟିମ ସହିତ ନ୍ୟାସନାଲ କୋଚିଂ କ୍ୟାମ୍ପ୍‌ରେ ସମାନ SAI, ବେଙ୍ଗାଲୁରୁ କ୍ୟାମ୍ପସରେ ସାମିଲ ହେବେ । ଦକ୍ଷିଣ ଆଫ୍ରିକାରେ ଚଳିତ ବର୍ଷ ଶେଷ ଭାଗରେ FIH ଜୁନିୟର ମହିଳା ହକି ବିଶ୍ବକପ ଅନୁଷ୍ଠିତ ହେବ । ଫଳରେ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଟିମ ଇଣ୍ଡିଆ । ଏହି ନ୍ୟାସନାଲ କ୍ୟାମ୍ପ୍‌ ଆଗାମୀ ବଡ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତିରେ ବିଶେଷ ସହାୟକ ହେବ ବୋଲି ଆଶାବାଦି ଥିବା କହିଛନ୍ତି, ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମ୍ବାମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details