ଓଡିଶା

odisha

ETV Bharat / sports

ଓଡିଶାକୁ ହକି ଇଣ୍ଡିଆର ଭାବପୂର୍ଣ୍ଣ କୃତଜ୍ଞତା

ଭାରତୀୟ ହକିକୁ ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ଓଡିଶା ସରକାରଙ୍କୁ ଭାରତୀୟ ପୁରୁଷ ଓ ମହିଳା ହକି ଟିମ କ୍ୟାପଟେନ୍‌ ମନପ୍ରୀତ ସିଂ ଓ ରାନୀ ରାମପାଲ୍‌ ମଙ୍ଗଳବାର ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

Hockey India expresses heartfelt gratitude towards Odisha for undying support
ଓଡିଶାକୁ ହକି ଇଣ୍ଡିଆର ଭାବପୂର୍ଣ୍ଣ କୃତଜ୍ଞତା

By

Published : Aug 17, 2021, 10:48 PM IST

ଭୁବନେଶ୍ବର: ଭାରତୀୟ ହକିକୁ ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ଓଡିଶା ସରକାରଙ୍କୁ ଭାରତୀୟ ପୁରୁଷ ଓ ମହିଳା ହକି ଟିମ କ୍ୟାପଟେନ୍‌ ମନପ୍ରୀତ ସିଂ ଓ ରାନୀ ରାମପାଲ୍‌ ମଙ୍ଗଳବାର ଧନ୍ୟବାଦ ଜଣାଇଛନ୍ତି । ଓଡିଶା ସରକାର ବର୍ଷ ୨୦୧୮ରେ ଭାରତୀୟ ପୁରୁଷ ଓ ମହିଳା ଟିମର ଅଫିସିଆଲ ପାର୍ଟନର ହୋଇଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଖେଳାଳିଙ୍କ ପାଇଁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଆହୁରି ୧୦ ବର୍ଷ ଜାତୀୟ ଟିମର ପାର୍ଟନର୍‌ ରହିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଟୋକିଓ ଅଲମ୍ପିକରେ ଐତିହାସିକ ପ୍ରଦର୍ଶନ ସହ ଇତିହାସ ରଚିଥିବା ଉଭୟ ପୁରୁଷ ଓ ମହିଳା ହକି ଟିମକୁ ଭୁବନେଶ୍ବରରେ ସ୍ବାଗତ କରିଛି ଓଡିଶା ।

ହକି ଇଣ୍ଡିଆ ପକ୍ଷ୍ରୁ ପ୍ରକାଶିତ ଏକ ବିବୃତିରେ ମନପ୍ରୀତ କହିଛନ୍ତି, "ଏହା ଏକ ସ୍ବତନ୍ତ୍ର ମୂହୂର୍ତ୍ତ ଥିଲା ଯେବେ ଆମର ଅଲମ୍ପିକ ପଦକ ଜିତିବାର ସ୍ବପ୍ନ ପୂରଣ ହୋଇଥିଲା । ଏହି ସଫଳତମ ଯାତ୍ରାରେ ଭରପୁର୍‌ ସାଥ୍‌ ଦେଇଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ।"

ଏଥିସହ ଓଡିଶା ଦର୍ଶକଙ୍କୁ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଖେଳିବା ସମୟରେ ଅଜସ୍ର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ମନପ୍ରୀତ । ଗୋଲ୍‌କିପର ପିଆର ଶ୍ରୀଜେଶ ମଧ୍ୟ ଓଡିଶା ସରକାର କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ।

ଭାରତୀୟ ହକିକୁ ସହଯୋଗ ପାଇଁ ଓଡିଶା ସରକାରଙ୍କ ନିକଟରେ କୃତଜ୍ଞ । ଏହା କହିଛନ୍ତି, ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମ୍ବାମ । ଭାରତୀୟ ହକିକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ପଣ କରି ହକିର ହାତ ଧରିଥିଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେତେବି ଧନ୍ୟବାଦ ଦେଲେ ଏହା କମ୍‌ ହେବ । ଭାରତରେ ହକିର ଉନ୍ନତି ପାଇଁ ଓଡିଶାର ବିଶେଷ ଅବଦାନ ରହିଛି । ନବୀନ ପଟ୍ଟନାୟକଙ୍କ ସମର୍ଥନ ଓ ହକି ପାଇଁ ଉପଯୁକ୍ତ ଭିତ୍ତିଭୂମି ବିନା ଟିମ ଟୋକିଓ ଅଲମ୍ପିକ୍‌ ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ ନଥିଲା କହିଛନ୍ତି ହକି ଇଣ୍ଡିଆ ସଭାପତି । ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ନରିନ୍ଦର ବାତ୍ରା ମଧ୍ୟ ଅଲମ୍ପିକ ପଦକ ପଛରେ ଓଡିଶା ବୋଲି କହିଛନ୍ତି ।

ମହିଳା ଟିମ କ୍ୟାପଟେନ ରାନୀ ରାମପାଲ ଓ ଗୋଲକିପର ସବିତା ପୁନିଆ ମଧ୍ୟ ଓଡିଶା ସରକାରଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details