ଓଡିଶା

odisha

By

Published : Aug 7, 2019, 8:29 PM IST

ETV Bharat / sports

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡଙ୍କୁ 31ଲକ୍ଷ ଦେଲା ହକି ଇଣ୍ଡିଆ

ମୁଖ୍ୟମନ୍ତ୍ରୀ ରିଲିଫ ପଣ୍ଡକୁ 31ଲକ୍ଷ ଟଙ୍କା ସାହାଯ୍ୟ ରାଶି ପ୍ରଦାନ କରିଛି ହକି ଇଣ୍ଡିଆ । ହକି ଇଣ୍ଡିଆ ସଭାପତି ମୁସ୍ତାକ୍‌ ଅହମ୍ମଦ ଓ ଇଣ୍ଡିଆନ ଅଲମ୍ପିକ୍‌ ଆସୋସିଏସନର ମୁଖ୍ୟ ନରେନ୍ଦ୍ର ବାତ୍ରା ମିଳିତ ଭାବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅର୍ଥ ରାଶିର ଏକ ଚେକ୍‌ ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଭୁବନେଶ୍ବର: ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଓଡିଶାକୁ ସହାୟତାର ହାତ ବଢାଇଲା ହକି ଇଣ୍ଡିଆ ।ବୁଧବାର ମୁଖ୍ୟମନ୍ତ୍ରୀ ରିଲିଫ ପଣ୍ଡକୁ 31ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛି ହକି ଇଣ୍ଡିଆ । ହକି ଇଣ୍ଡିଆ ସଭାପତି ମୁସ୍ତାକ୍‌ ଅହମ୍ମଦ ଓ ଇଣ୍ଡିଆନ ଅଲମ୍ପିକ୍‌ ଆସୋସିଏସନର ମୁଖ୍ୟ ନରେନ୍ଦ୍ର ବାତ୍ରା ମିଳିତ ଭାବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅର୍ଥ ରାଶିର ଏକ ଚେକ୍‌ ପ୍ରଦାନ କରିଛନ୍ତି ।

ଉଲ୍ଲେଖଥାଉ କି, ନିକଟରେ FIH ସିରିଜ ଫାଇନାଲ୍ସର ଟିକେଟ ବିକ୍ରି ଅର୍ଥ ରାଶିକୁ ଓଡିଶା ରିଲିଫ ଫଣ୍ଡକୁ ଦାନ କରାଯିବ ବୋଲି ଘୋଷଣା କରିଥିଲେ ହକି ଇଣ୍ଡିଆ ସଭାପତି । ତେବେ ଏହି ଅବସରରେ ମୁସ୍ତାକ୍‌ କହିଛନ୍ତି, ଫନି ବାତ୍ୟାରେ ଓଡିଶାର ବହୁ କ୍ଷୟକ୍ଷତି ହୋଇଛି । ମାତ୍ର ଏହା ପରେ ଓଡିଶାବାସୀଙ୍କ ଭଲ ପାଇବା ଓ ଓଡିଶା ସରକାରଙ୍କ ବିପୁଳ ସମର୍ଥନ ପାଇଁ FIH ସିରିଜ ଫାଇନାଲ୍ସ ଭୁବନେଶ୍ବରରେ ସୁରୁଖୁରୁରେ ଆୟୋଜିତ ହୋଇ ପାରିଲା ।"


ସୂଚନାଥାଉ କି, ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫନି କ୍ଷୟକ୍ଷତି ଚୂଡାନ୍ତ ଆକାଳନ ରିପୋର୍ଟ ରିଲିଜ କରିଥିଲେ । ବାତ୍ୟାରେ ଓଡିଶାର 24 ହାଜାର 176 କୋଟି କ୍ଷୟକ୍ଷତି ହୋଇଥିବା ବେଳେ ପୁନରୁଦ୍ଧାର ପାଇଁ 29,315କୋଟି ଟଙ୍କା ଆବଶ୍ୟକ ବୋଲି ରାଜ୍ୟ ସରକାର ଦାବି କରିଛନ୍ତି ।

ABOUT THE AUTHOR

...view details