ନୂଆଦିଲ୍ଲୀ:ଭାରତୀୟ ହକି ଟିମର ଷ୍ଟାର ଡ୍ରାଗ-ଫ୍ଲିକର ରୁପିନ୍ଦର ପାଲ୍ ସିଂହ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିବା ପରେ ତାଙ୍କ ନିକଟକୁ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି । ହକି ଇଣ୍ଡିଆ ପକ୍ଷରୁ ମଧ୍ୟ ରୁପିନ୍ଦରଙ୍କୁ ଶୁଭେଚ୍ଛା ଜଣାଯାଇଛି । ଭାରତୀୟ ହକିକୁ ରୁପିନ୍ଦରଙ୍କ ବିଶେଷ ଯୋଗଦାନ ପାଇଁ ଦୁଇଥରର ଅଲମ୍ପିଆନ ରୁପିନ୍ଦରଙ୍କୁ ଧନ୍ୟବାଦ ଜଣାଇଛନ୍ତି ହକି ଇଣ୍ଡିଆ ।
ବର୍ଷ ୨୦୧୦ରେ ଅନ୍ତର୍ଜାତୀୟ ହକିରେ ଡେବ୍ୟୁ କରିଥିଲେ ରୁପିନ୍ଦର । ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍ରେ ଭାରତୀୟ ହକି ଟିମର ବ୍ରୋଞ୍ଜ ପଦକ ବିଜୟରେ ସେ ପ୍ରମୁଖ ଭୂମିକା ନିଭାଇଥିଲେ । ଟୁର୍ଣ୍ଣାମେଣ୍ଟରେ ମୋଟ ୪ଟି ଗୋଲ୍ କରିଥିଲେ ରୁପିନ୍ଦର, ଏଥିସହ ଭାରତୀୟ ଟିମର ଦ୍ବିତୀୟ ସର୍ବାଧିକ ଗୋଲ୍ ସ୍କୋର ରହିଥିଲେ ।
ସାଥୀ ଖେଳାଳିଙ୍କ ମଧ୍ୟରେ 'ବବ୍' ଭାବେ ପରିଚିତ ଷ୍ଟାର ପଞ୍ଜାବ ଡ୍ରାଗ୍-ଫ୍ଲିକର ରୁପିନ୍ଦରଙ୍କ ରହିଛି ଗତ ଦଶନ୍ଧିରେ ଭାରତୀୟ ହକିର ଉତ୍ଥାନରେ ପ୍ରମୁଖ ଯୋଗଦାନ । ୨୦୧୪ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ, ୨୦୧୬ ଏସିଆନ ଚମ୍ପିଆନ ଟ୍ରଫି ବିଜେତା ଓ ୨୦୧୫ ବ୍ରୋଞ୍ଜ ପଦକ ବିଜେତା FIH ହକି ବିଶ୍ବ ଲିଗ ଫାଇନାଲ ଓ ୨୦୧୭ ହକି ବିଶ୍ବ ଲିଗ୍ ଫାଇନାଲରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଟିମର ସଦସ୍ୟ ରହିଛନ୍ତି ।