ଓଡିଶା

odisha

ETV Bharat / sports

ଅନ୍ତର୍ଜାତୀୟ ହକି ମ୍ୟାଚରେ ଓଡିଆ ଅମ୍ପାୟାର ବିଶ୍ବରଞ୍ଜନ, ହକି ଇଣ୍ଡିଆର ଶୁଭେଚ୍ଛା - ଆଡଭାନ୍ସମେଣ୍ଟ ପ୍ୟାନେଲର ଟେକ୍ନିକାଲ ଅଫିସର

ଅନ୍ତର୍ଜାତୀୟ ସ୍ତରରେ ହକି ମ୍ୟାଚ ପରିଚାଚଳନା କରିବେ କଟକର ବିଶ୍ବରଞ୍ଜନ ଷଡଙ୍ଗୀ । ଏନେଇ ହକି ଇଣ୍ଡିଆ ସୋମବାର ଓଡିଆ ପୁଅ ବିଶ୍ବରଞ୍ଜନ ଷଡଙ୍ଗୀଙ୍କୁ ଶୁଭେଚ୍ଛା ଜଣାଇଛି । FIH ଅଫିସିଆଲ କମିଟି ପକ୍ଷରୁ ଆଡଭାନ୍ସମେଣ୍ଟ ପ୍ୟାନେଲର ଟେକ୍ନିକାଲ ଅଫିସର ପଦକୁ ପଦୋନ୍ନତି ମିଳିଛି ।

Hockey India congratulates Biswaranjan sarangi for his promotion to advancement panel by FIH
ଅନ୍ତର୍ଜାତୀୟ ହକି ମ୍ୟାଚରେ ଓଡିଆ ଅମ୍ପାୟାର ବିଶ୍ବରଞ୍ଜନ, ହକି ଇଣ୍ଡିଆର ଶୁଭେଚ୍ଛା

By

Published : Jul 6, 2020, 5:51 PM IST

ଭୁବନେଶ୍ବର: ଅନ୍ତର୍ଜାତୀୟ ସ୍ତରରେ ଆଉ ଜଣେ ଓଡିଆ ପୁଅଙ୍କ କମାଲ । ଅନ୍ତର୍ଜାତୀୟ ସ୍ତରରେ ହକି ମ୍ୟାଚ ପରିଚାଚଳନା କରିବେ କଟକର ବିଶ୍ବରଞ୍ଜନ ଷଡଙ୍ଗୀ । ଏନେଇ ହକି ଇଣ୍ଡିଆ ସୋମବାର ଓଡିଆ ପୁଅ ବିଶ୍ବରଞ୍ଜନ ଷଡଙ୍ଗୀଙ୍କୁ ଶୁଭେଚ୍ଛା ଜଣାଇଛି । ବିଶ୍ବରଞ୍ଜନଙ୍କୁ FIH ଅଫିସିଆଲ କମିଟି ପକ୍ଷରୁ ଆଡଭାନ୍ସମେଣ୍ଟ ପ୍ୟାନେଲର ଟେକ୍ନିକାଲ ଅଫିସର ପଦକୁ ପଦୋନ୍ନତି ମିଳିଛି । ଶୁକ୍ରବାର ଏନେଇ ହକିର ସର୍ବୋଚ୍ଚ ପରିଚାଳନା କମିଟି ଘୋଷଣା କରିଥିଲା ।

ଅନ୍ତର୍ଜାତୀୟ ହକି ମ୍ୟାଚରେ ଓଡିଆ ଅମ୍ପାୟାର ବିଶ୍ବରଞ୍ଜନ, ହକି ଇଣ୍ଡିଆର ଶୁଭେଚ୍ଛା

ବିଶ୍ବରଞ୍ଜନ ଷଡଙ୍ଗୀ ଘରୋଇ ସ୍ତରରୁ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟ କରିବେ । ବିଶ୍ବର ଅନେକ ସ୍ଥାନରେ ହକି ଟୁର୍ଣ୍ଣାମେଣ୍ଟରେ ଟେକ୍ନିକାଲ ଅଫିସର ଭାବେ କାର୍ଯ୍ୟ କରିଛନ୍ତି ବିଶ୍ବରଞ୍ଜନ । ଅନ୍ତର୍ଜାତୀୟ ହକି ଫେଡେରେସନ(FIH) ପକ୍ଷରୁ ପ୍ରଥମ କରି ବର୍ଷ 2018 ଅଗଷ୍ଟରେ ଅନ୍ତର୍ଜାତୀୟ ଟେକ୍ନିକାଲ ଅଫିସର ଭାବେ ନିଯୁକ୍ତ ହୋଇଥିଲେ ।

ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରର ଟେକ୍ନିକାଲ ଅଫିସର ହୋଇଛନ୍ତି । ଏଥିସହିତ ଓଡିଶାର ପ୍ରଥମ ବ୍ୟକ୍ତି ଭାବେ FIH ଅନ୍ତର୍ଜାତୀୟ ଟେକ୍ନିକାଲ ଅଧିକାରୀ ହୋଇଛନ୍ତି ବିଶ୍ବରଞ୍ଜନ ।

2018ରେ ବ୍ୟାଙ୍ଗକକ, ଥାଇଲାଣ୍ଡରେ ଖେଳାଯାଇଥିବା ଅଲମ୍ପିକ କ୍ବାଲିଫାୟାର ମ୍ୟାଚରେ ଟେକ୍ନିକାଲ ଅଫିସିଆଲ ଭାବେ ସୁଚାରୂପେ ଦାୟିତ୍ବ ତୁଲାଇଛନ୍ତି । ଏତିସହିତ ମାଲେସିୟାରେ ଖେଳାଯାଇଥିବା 27ତମ ସୁଲତାନ ଏଜଲାନ ସାହା କପ 2018, ଫିଲିଫାଇନ୍ସରେ 30ତମ ସାଉଥଇଷ୍ଟ ଏସିଆନ ଗେମ୍ସ 2019, 2020 ସଂସ୍କରଣର ହକି FIH ପ୍ରୋ-ଲିଗରେ ମଧ୍ୟ ପରିଚାଳନା କରିଛନ୍ତି ।

ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ ବିଶ୍ବରଞ୍ଜନଙ୍କୁ ଶୁଭେଚ୍ଛା ଜଣାଇବା ସହ, ଅନ୍ତର୍ଜାତୀୟ ହକି ଫେଡେରେସନରେ କାର୍ଯ୍ୟ କରିବା ନେଇ ଉତ୍ସାହିତ ଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details