ନୂଆଦିଲ୍ଲୀ:ହକି ଇଣ୍ଡିଆ ମଙ୍ଗଳବାର FIH ହକି ପ୍ରୋ-ଲିଗ ପାଇଁ 22ଜଣିଆ ଭାରତୀୟ ପୁରୁଷ ଦଳ ଘୋଷଣା କରିଛି । ଘୋଷିତ ଦଳରେ 3 ଓଡିଆ ଖେଳାଳି ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା, ସିଲାନାନ୍ଦ ଲାକ୍ରାଙ୍କୁ ସ୍ଥାନ ମିଳିଛି । ଏପ୍ରିଲ 11 ଓ 12ରେ ବୁଏନସ ଏୟାର୍ସରେ ଅଲମ୍ପିକ ଚମ୍ପିଆନ ଆର୍ଜେଣ୍ଟିନାକୁ FIH ହକି ପ୍ରୋ-ଲିଗ ମ୍ୟାଚରେ ଭେଟିବ ହକି ଟିମ ଇଣ୍ଡିଆ ।
ଏପ୍ରିଲ 6 ଓ 7ରେ ଭାରତୀୟ ଟିମ ଘରୋଇ ଟିମ ବିପକ୍ଷରେ ଅଭ୍ୟାସ ମ୍ୟାଚ ମଧ୍ୟ ଖେଳିବ । ପରେ ଟୋକିଓ ଅଲମ୍ପିକ ପ୍ରସ୍ତୁତିର ଅଂଶ ଭାବେ ଏପ୍ରିଲ 13 ଓ 14ରେ ଦୁଇ ଟିମ ମଧ୍ୟରେ ଆଉ ଦୁଇଟି ଅଭ୍ୟାସ ମ୍ୟାଚ ଖେଳାଯିବ ।
ଘୋଷିତ ଭାରତୀୟ ଟିମ:ମନପ୍ରୀତ ସିଂହ(କ୍ୟାପଟେନ), ହରମନପ୍ରୀତ ସିଂହ(ଭାଇସ କ୍ୟାପଟେନ), ପିଆର ଶ୍ରୀଜେସ, କ୍ରୀଷଣ ବାହାଦୂର ପାଠକ, ଅମିତ ରୋହିଦାସ, ଗୁରିନ୍ଦର ସିଂହ, ବିବେକ ସାଗର ପ୍ରସାଦ, ରାଜ କୁମାର ପାଲ, ନିଳକଣ୍ଠ ଶର୍ମା, ଶମସେର ସିଂହ, ଗୁରଜାଣ୍ଟ ସିଂହ, ଦିଲପ୍ରୀତ ସିଂହ, ମନଦୀପ ସିଂହ, ହାର୍ଦ୍ଦିକ ସିଂହ, ବରୁଣ କୁମାର, ବିରେନ୍ଦ୍ର ଲାକ୍ରା, ରୁପିନ୍ଦରପାଲ ସିଂହ, ସୁରେନ୍ଦର କୁମାର, ଲଳିତ କୁମାର ଉପାଧ୍ୟାୟ, ଜସକରଣ ସିଂହ, ସୁମିତ ଓ ସିଲାନାନ୍ଦ ଲାକ୍ରା ।
ସେହିପରି ଅଭିଜ୍ଞ ଖେଳାଳି ଆକାଶଦୀପ ସିଂହ, ରମଣଦୀପ ସିଂହ ଓ ସିମ୍ରନଜୀତ ସିଂହଙ୍କୁ ବିଶ୍ରାମ ଦିଆଯାଇଛି । ମାର୍ଚ୍ଚ 31ରେ ଭାରତୀୟ ଟିମ ବେଙ୍ଗାଲୁରୁରୁ 16 ଦିନିଆ ଗସ୍ତରେ ଆର୍ଜେଣ୍ଟିନା ଅଭିମୁଖେ ଉଡାଣ ଭରିବ । ତେବେ ଏହାର 72 ଘଣ୍ଟା ପୂର୍ବରୁ ବାଧ୍ୟତାମୂଳକ RTPCR ଟେଷ୍ଟର ସାମ୍ନା କରିବେ ସମସ୍ତ ସଦସ୍ୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ