ମେଲବୋର୍ଣ୍ଣ: ମହାମାରୀ କୋରୋନା ଭାଇରସର ପ୍ରଭାବ ଏଯାବତ କମ ହୋଇନାହିଁ । ମାତ୍ର ହକି ଅଷ୍ଟ୍ରେଲିଆ ପକ୍ଷରୁ 2020 ସିଜିନ ଆରମ୍ଭ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ସଙ୍କେତ ଦେଇଛନ୍ତି ହକି ଅଷ୍ଟ୍ରେଲିଆର ସିଇଓ ମାଟ ଫେବିଏର ।
2020 ସିଜିନ ଆରମ୍ଭ ପାଇଁ ହକି ଅଷ୍ଟ୍ରେଲିଆର ପ୍ରସ୍ତୁତି - ମହାମାରୀ କୋରୋନା ଭାଇରସ
ମହାମାରୀ କୋରୋନା ଭାଇରସର ପ୍ରଭାବ ଏଯାବତ କମ ହୋଇନାହିଁ । ମାତ୍ର ହକି ଅଷ୍ଟ୍ରେଲିଆ ପକ୍ଷରୁ 2020 ସିଜିନ ଆରମ୍ଭ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...
2020 ସିଜିନ ଆରମ୍ଭ ପାଇଁ ହକି ଅଷ୍ଟ୍ରେଲିଆର ପ୍ରସ୍ତୁତି
ଫେବିଏର କହିଛନ୍ତି ଏହା ଏକ କଠିନ ସମୟ । ସେଥିପାଇଁ ସିଜିନ ଆରମ୍ଭ ନେଇ କୌଣସି ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ହୋଇନାହିଁ । ହକି ଅଷ୍ଟ୍ରେଲିଆ(HA) ଓ ମେମ୍ବର ଆସୋସିଏସନ(MA)ସହିତ ଅଭ୍ୟାସ ସହ ଘରୋଇ ଟୁର୍ଣାମେଣ୍ଟ ଖେଳାଯିବା ନେଇ ପ୍ରାରମ୍ଭିକ ପ୍ରୟାସ ରହିଛି ।
ପୂର୍ବରୁ ମାର୍ଚ୍ଚ 24 ରେ ହକି ଅଷ୍ଟ୍ରେଲିଆ ଦେଶରେ ସମସ୍ତ ପ୍ରକାର ନ୍ୟାସନାଲ ଚମ୍ପିଆନସିପ, ମାଷ୍ଟର୍ସ ଇଣ୍ଡୋର ଚ୍ୟାଲେଞ୍ଜ ଓ ସମସ୍ତ ଘରୋଇ ପ୍ରତିଯୋଗିତାକୁ ସ୍ଥଗିତ ଘୋଷଣା କରିଥିଲା ।