ହାଇଦ୍ରାବାଦ: ଟୋକିଓ ଅଲମ୍ପିକ ଟେଷ୍ଟ ଇଭେଣ୍ଟରେ ଦଳର ସିନିୟର ଖେଳାଳୀଙ୍କୁ ବିଶ୍ରାମ ଦେଇଥିଲା ଭାରତୀୟ ପୁରୁଷ ହକି ଦଳ । ଏହି ଟୁର୍ଣ୍ଣାମେଣ୍ଟରେ ଦଳର ଅଧିନାୟକ ହରମନପ୍ରୀତ ସିଂହଙ୍କ ନେତୃତ୍ବରେ ଦମ୍ଦାର ପ୍ରଦର୍ଶନ କରି ଟୁର୍ଣ୍ଣାମେଣ୍ଟର ବିଜେତା ହୋଇଛି ଭାରତ । ତେବେ ବିଜୟ ପରେ ଅଧିନାୟକ ହରମନପ୍ରୀତ ଟିମ୍ର ପ୍ରଦର୍ଶନକୁ ନେଇ ବେଶ୍ ଖୁସି ଅଛନ୍ତି । ଟିମ୍ ଇଣ୍ଡିଆ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ 5-0ରେ ମାତ୍ ଦେଇଥିଲା ।
'ମୋ ଟିମ୍ର ପ୍ରଦର୍ଶନରେ ମୁଁ ଗର୍ବିତ' - ଭାରତୀୟ ପୁରୁଷ ହକି ଦଳ
ଟୋକିଓ ଅଲମ୍ପିକ ଟେଷ୍ଟ ଇଭେଣ୍ଟରେ, ଭାରତୀୟ ପୁରୁଷ ହକି ଦଳର ଦମଦାର ପ୍ରଦର୍ଶନ ବଳରେ ଟୁର୍ଣ୍ଣାମେଣ୍ଟର ଟାଇଟଲ ହାସଲ କରିଛି । ଏନେଇ ଅଧିନାୟକ ହରମନପ୍ରୀତ ଟିମ୍ର ପ୍ରଦର୍ଶନକୁ ନେଇ ବେଶ ଖୁସି ଅଛନ୍ତି ।
ଫଟୋ ସୌଜନ୍ୟ: ଟ୍ୱିଟର@TheHockeyIndia
ତେବେ ମ୍ୟାଚ ପରେ ହରମନପ୍ରୀତ କହିଛନ୍ତି ଯେ, ଟିମ୍ର ସମସ୍ତ ଖେଳାଳୀଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ବେଶ୍ ଗୁରତ୍ବପୂର୍ଣ୍ଣ ଥିଲା । କିଛି ଅଭିଜ୍ଞ ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇଥିଲା, ଯେଉଁ କାରଣରୁ ଟିମ୍ରେ ଯୁବ ଖେଳାଳୀ ସାମିଲ ହୋଇଥିଲେ । ସେମାନେ ନିଜର ଗ୍ରାଉଣ୍ଡରେ ବେଷ୍ଟ ଦେଇଛନ୍ତି । ଟିମ୍ର ପ୍ରଦର୍ଶନରେ ମୁଁ ଗର୍ବିତ।
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଟିମ ଜାପାନ, ମାଲେସିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିଛି । ମୋ ପାଇଁ ଏହା ଗର୍ବର ବିଷୟ କାରଣ ଦଳର ନେତୃତ୍ବ ମୋତେ ଦିଆଯାଇଥିଲା ।
Last Updated : Aug 24, 2019, 12:43 PM IST