ଭୁବନେଶ୍ବର:ଟୁର୍ନାମେଣ୍ଟ ଆରମ୍ଭରୁ ଡିଫେଣ୍ଡିଂ ଚମ୍ପିଆନ ଟିମ ଇଣ୍ଡିଆର ପରାଜୟ । ଜୁନିଅର ହକି ବିଶ୍ବକପ ୨୦୨୧ରେ ଫ୍ରାନ୍ସ(France) ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିଥିବା ଭାରତ ୪-୫ ଗୋଲ୍ରେ ପରାସ୍ତ ହୋଇଛି । ମ୍ୟାଚ୍ର ଶେଷ ୫ ମିିନିଟ୍ରେ ଭାରତୀୟ ଖେଳାଳି ଦୁଇଟି ଗୋଲ୍ କରିଥିଲେ ମଧ୍ୟ ଏହା ପରାଜୟ ଏଡାଇବାକୁ ଯଥେଷ୍ଟ ହୋଇନଥିଲା ।
ଭାରତ ପାଇଁ ଉତ୍ତମ ସିଂ ଓ ସର୍ଦ୍ଦାର ସିଂ ଗୋଲ୍ ସ୍କୋର କରିଥିଲେ । ସଞ୍ଜୟ ୩ଟି ପେନାଲିଟି କର୍ଣ୍ଣର ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ବିଜୟ ପାଇଁ ଏହା ଯଥେଷ୍ଟ ହୋଇନଥିଲା । ଫ୍ରାନ୍ସ ପକ୍ଷରୁ ଟିମୋଥି କ୍ଲମେଣ୍ଟ, ବେଞ୍ଜାମିନ ମାର୍କି ଓ କୋରେଟିନ ସେଲିର ଗୋଲ୍ ସ୍କୋର କରିଥିଲେ ।