ଓଡିଶା

odisha

ETV Bharat / sports

ଆରପାରିରେ ଭାରତୀୟ ମହିଳା ହକି ଟିମର ପୂର୍ବତନ କ୍ୟାପଟେନ ସୁନୀତା ଚନ୍ଦ୍ରା - ଭାରତୀୟ ମହିଳା ହକି ଟିମ୍‌

ଭାରତୀୟ ମହିଳା ହକି ଟିମର ପୂର୍ବତନ କ୍ୟାପଟେନ ସୁନୀତା ଚନ୍ଦ୍ରାଙ୍କ ପରଲୋକ । 1963ରୁ 1966 ଯାଏଁ ସେ ଭାରତୀୟ ମହିଳା ହକି ଟିମର ନେତୃତ୍ବ ନେଇଥିଲେ ।

captain sunita chandra
captain sunita chandra

By

Published : Jan 28, 2020, 2:10 AM IST

ଭୋପାଳ: ଭାରତୀୟ ମହିଳା ହକି ଟିମ୍‌ର ପୂର୍ବତନ ଅଧିନାୟିକା ତଥା ଅର୍ଜୁନ ପୁରସ୍କାର ବିଜେତା ସୁନୀତା ଚନ୍ଦ୍ରାଙ୍କ ପରଲୋକ । ସୋମବାର ସକାଳେ ତାଙ୍କର ନିଧନ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 76ବର୍ଷ ହୋଇଥିଲା ।

ସୁନୀତାଙ୍କ ପୁଅ ଗୌରବ ଚନ୍ଦ୍ରାଙ୍କ ସୂଚନାନୁସାରେ, ସୁନୀତା ଗୁଲମୋହର ସ୍ଥିତ ଘରେ ଶୋଇଥିବା ସମୟରେ ଅନ୍ତିମ ନିଶ୍ବାସ ନେଇଛନ୍ତି । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ।

ସୁନୀତା ଚନ୍ଦ୍ରା ଭାରତୀୟ ହକି ଟିମରେ 1956ରୁ 1966 ଯାଏଁ ଖେଳିଥିଲେ । ସେହି ସମୟରେ 1963ରୁ 1966 ଯାଏଁ ସେ ଭାରତୀୟ ମହିଳା ହକି ଟିମର ନେତୃତ୍ବ ନେଇଥିଲେ । ମଙ୍ଗଳବାର ଭୋପାଳରେ ହକି ଖେଳାଳି ସୁନୀତାଙ୍କ ଅନ୍ତିମ ସଂସ୍କାର ହେବ ବୋଲି ସ୍ବାମୀ ୟତିଶ ଚନ୍ଦ୍ରା କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@CMMadhyaPradesh

ତେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥ ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି । ଟ୍ବିଟରେ ଲେଖିଛନ୍ତି ଯେ, ଭାରତୀୟ ମହିଳା ହକି ଟିମର ପୂର୍ବତନ ଅଧିନାୟିକା ଶ୍ରୀମତୀ ସୁନୀତା ଚନ୍ଦ୍ରାଙ୍କ ନିଧନ ଖବର ଶୁଣି ବେଶ୍‌ ଦୁଃଖିତ । ସେ ହକି ଖେଳରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଇଶ୍ବର ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ ଓ ତାଙ୍କର ପରିବାରକୁ ଶକ୍ତି ଦିଅନ୍ତୁ ।

ABOUT THE AUTHOR

...view details