ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ ଚଳିତ ମାସରେ ଶେଷ ଆଡକୁ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଏନେଇ କୋଚ ଶୋର୍ଡ ମାରିନ ଟିମର ଟ୍ରେନିଂ ଆରମ୍ଭ କରିଛନ୍ତି। 17ଦିନିଆ ଶିବିରରେ ଟ୍ରେନିଂ ଆହୁରି କଡାକଡି କରିବାର ଲକ୍ଷ୍ୟ ରଖିଛନ୍ତି କୋଚ। ହକି ଇଣ୍ଡିଆ ଏହି ଶିବିର ପାଇଁ 25ଜଣିଆ ସଦସ୍ୟଙ୍କ ନାଁ ଘୋଷଣା କରିଛି।
ଭାରତୀୟ ମହିଳା ହକି ଟିମ ପାଇଁ 2019 ବର୍ଷ ଭଲ ରହିଥିଲା। ସେହି ବର୍ଷ ମହିଳା ଟିମ ଟୋକିଓ ଅଲମ୍ପିକର ଟିକେଟ ହାସଲ କରିଛି। ନବ ବର୍ଷ ଅବସରରେ ଟିମର ଆରମ୍ଭ ନ୍ୟୁଜିଲାଣ୍ଡ ଗସ୍ତରୁ ହେବାକୁ ଯାଉଛି। ବିଶ୍ବର ଷଷ୍ଠ ସ୍ଥାନରେ ଥିବା ମହିଳା ନ୍ୟୁଜିଲାଣ୍ଡ ଦଳ ସହ ଭାରତ 4ଟି ମ୍ୟାଚ ଖେଳିବ ଓ ଗୋଟିଏ ମ୍ୟାଚ ବ୍ରିଟେନ ବିପକ୍ଷରେ ଖେଳିବ ।
କୋଚ ମାରିନ କହିଛନ୍ତି ଯେ, ଆମେ ସମସ୍ତେ 2020ରେ ଭଲ ପ୍ରଦର୍ଶନ କରିବା ସହ ସମସ୍ତ ଚ୍ୟାଲେଞ୍ଜର ସମ୍ନା କରିବାର ଆଶା ରଖିଛୁ। ଆମେ 25 ଖେଳାଳିଙ୍କ ସହ ଜାତୀୟ କୋଚିଂ ଶିବିର ଆରମ୍ଭ କରିଛୁ। ସେମାନଙ୍କ ମଧ୍ୟରୁ 16ଜଣ ଖେଳାଳିଙ୍କୁ ଅଲମ୍ପିକ ପାଇଁ ଚୟନ କରାଯାଇଛି।
ସମ୍ଭାବିତ ଖେଳାଳିଙ୍କ ସୂଚୀ:
ଗୋଲକିପର: ସବିତା, ରଜନୀ ଇତିମାରପୁ, ବିଚୁ ଦେବୀ ଖାରିବାମ
ଡିଫେଣ୍ଡର:ଦୀପ ଗ୍ରେସ ଏକ୍କା, ରୀନା ଖୋଖର, ସଲିମା ଟେଟେ, ମନପ୍ରୀତ କୌର, ଗୁରଜୀତ କୌର ଓ ନିଶା
ମିଡଫିଲ୍ଡର: ନିକ୍କି ପ୍ରଧାନ, ମୋନିକା, ନେହା ଗୋଏଲ, ଲିଲିମା ମିଞ୍ଜ, ସୁଶୀଲ ଚାନୁ ପୁଖରାମବାମ୍, ସୋନିକା, ନମିତା ଟପ୍ପୋ
ଫରଓ୍ବାର୍ଡ: ରାନୀ, ଲାଲରେମସିୟାମୀ, ବନ୍ଦନା କଟାରିୟା, ନବଜ୍ୟୋତ କୌର, ନବନୀତ କୌର, ରାଜବିନ୍ଦ୍ର କୌର, ଜ୍ୟୋତି, ଶର୍ମିଳା ଦେବୀ ଓ ଉଦିତା