ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଏଫ୍ଆଇଏଚ ପ୍ରୋ ଲିଗ୍ ଭାରତ-ଅଷ୍ଟ୍ରେଲିଆ 2ୟ ମୁକାବିଲା । ଶୁକ୍ରବାରର ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ କଳିଙ୍ଗ ଷ୍ଟାଡିୟମକୁ ଓହ୍ଲାଇଛି ।
ଶନିବାର ଖେଳର ପ୍ରଥମାର୍ଦ୍ଧ ସୁଦ୍ଧା 2-1ଗୋଲ୍ରେ ଆଗୁଆ ଭାରତ ରହିଛି । ମ୍ୟାଚର 23 ମିନିଟ୍ରେ ପ୍ରଥମେ ଭ୍ରମଣକାରୀ ଦଳ ଭାରତକୁ ଗୋଲ୍ ଦେଇଥିଲା । ତୁରନ୍ତ 25ମିନିଟ୍ରେ ରୁପିନ୍ଦର ସିଂ ଅଷ୍ଟ୍ରେଲିଆକୁ ଗୋଲ୍ ଦେଇ ମ୍ୟାଚକୁ ବାରାବର1-1କୁ ଆଣିଥିଲେ । ଏହାପରେ ହରମନପ୍ରତୀ ସିଂ 27 ମିନିଟରେ ପୁଣି ଏକ ଗୋଲ ଦେଇ 2-1ରେ ଭାରତ ଆଗୁଆ ରହିଛି ।