ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଉଛି କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଅଲମ୍ପିକ କ୍ବାଲିଫାୟାର ମ୍ୟାଚ । ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଆଜି ଗ୍ରାଉଣ୍ଡରେ ନିଜର ଦମ୍ ଦେଖାଇବେ । ତେବେ ଦର୍ଶକମାନେ ବସି ଖେଳ ଦେଖିବା ପାଇଁ ଗ୍ୟାଲେରୀ, ପାର୍କିଂ ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି 15ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ହକି ମ୍ଯାଚ ପାଇଁ ସୁରକ୍ଷା କଡାକଡି, ଷ୍ଟାଡିୟମକୁ କଏନ ଓ ଲିପଷ୍ଟିକ ମନା - ଭୁବନେଶ୍ବର
ସନ୍ଧ୍ୟା 6.00 ଟାରେ ଭାରତୀୟ ମହିଳା ଦଳ ପ୍ରଥମେ ୟୁଏସଏ ସହ ମ୍ୟାଚ ଖେଳିବ । ପରେ ରାତି 8.00 ଟାରେ ଭାରତୀୟ ପୁରୁଷ ଦଳ, ଋଷିଆ ପୁରୁଷ ଦଳକୁ ଭେଟିବ । ଏନେଇ କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ସହ ସୁଗମନାଗମନ ପାଇଁ କମିଶନରେଟ ପୋଲିସ ଉପଦେଶନାମା ଜାରି କରିଛି ।
fih
ତେବେ ହକି ପ୍ରେମୀଙ୍କୁ ଷ୍ଟାଡିୟମ ମଧ୍ୟକୁ ସାଥିରେ ଖୁଚୁରା କଏନ, ପାଣି ବୋତଲ, ସିଗାରେଟ,ବ୍ୟାଗ, ହେଲମେଟ୍, ମୃଦୁପାନୀୟ, ଖାଦ୍ୟ,ଧାତବୀୟ ପଦାର୍ଥ, ଲିପଷ୍ଟିକ, ଦିଆସିଲି, ବାଣ, ଦର୍ପଣ ଆଦି ନେବାକୁ ନିଷେଧ କରାଯାଇଛି । ତେବେ ଟିକେଟ ପଛରେ ଦର୍ଶକମାନଙ୍କୁ ଏହି ତଥ୍ୟ ମିଳିପାରିବ । ଏଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି ।
ଏଥିସହ ଜନସାଧାରଣଙ୍କ ସୁବିଧା ଓ ସୁଗମନାଗମନ ପାଇଁ କମିଶନରେଟ ପୋଲିସ କିଛି କଟକଣା ଜାରି କରିଛି ।
- ଶାସ୍ତ୍ରୀ ନଗର ଓ ଜୟଦେବ ବିହାର ଛକ ମଧ୍ୟରେ ବିଦ୍ୟୁତ ମାର୍ଗରେ କୌଣସି ଅନାଧିକୃତି ଗାଡି ଯାତାୟାତ କରିବାକୁ ମନାକରାଯାଇଛି ।
- 120 ବାଟାଲିୟନରୁ ଆସୁଥିବା ଗାଡି ଗୁଡିକୁ ଶାସ୍ତ୍ରୀ ନଗର ଛକ ଠାରୁ ସଚିବାଳୟ ରାସ୍ତାଦେଇ ଯିବାକୁ ପଡିବ ।
- କଳିଙ୍ଗ ଷ୍ଟାଡିୟମ ପଟୁ ଆସୁଥିବା ଗାଡିକୁ ଜୟଦେବ ବିହାର ଛକ ଠାରୁ ଆଚାର୍ଯ୍ୟ ବିହାର ପଟକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
- ସେହିପରି ବାଣୀବିହାର ପଟୁ ଆସୁଥିବା ଗାଡିକୁ ଜୟଦେବ ବିହାର ଛକ ଠାରୁ ଆଚାର୍ଯ୍ୟ ବିହାର ପଟକୁ ଯିବାକୁ ହେବ । ସେମାନଙ୍କୁ କଳିଙ୍ଗ ଷ୍ଟାଡିୟମ ପଟକୁ ଛଡାଯିବ ନାହିଁ ।
- ଦର୍ଶକମାନେ 3ନମ୍ବର ଗେଟ୍ ଦେଇ ପ୍ରବେଶ କରିବେ ଓ ସେଠାରେ ସ୍ଲାଇଡିଂ ଗେଟ୍ E ବ୍ୟବହାର କରି ଗାଡି ପାର୍କିଂ କରିବେ ।
- ଏଜି କଲୋନୀ ଆଡୁ ଆସୁଥିବା ଦର୍ଶକମାନେ ଫୁଟ ଓଭର-ବ୍ରିଜ ବ୍ୟବହାର କରି ଷ୍ଟାଡିୟମରେ ପ୍ରବେଶ କରିବେ । ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Nov 1, 2019, 11:12 AM IST