ଓଡିଶା

odisha

ETV Bharat / sports

FIH ପୁରୁଷ ହକି ସିରିଜ ଫାଇନାଲ: ମେକ୍ସିକୋକୁ ହରାଇଲା ଜାପାନ

କଳିଙ୍ଗ ଷ୍ଟାଡିୟମରେ ଚାଳିଥିବା FIH ପୁରୁଷ ହକି ସିରିଜ ଫାଇନାଲର ଆଜି ଦ୍ବିତୀୟ ଦିନ । 3-2ଗୋଲରେ ମେକ୍ସିକୋକୁ ମାତ ଦେଇଛି ଜାପାନ ।

By

Published : Jun 7, 2019, 3:19 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର ହକି ଇଣ୍ଡିଆ)

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଳିଥିବା FIH ପୁରୁଷ ହକି ସିରିଜ ଫାଇନାଲର ଆଜି ଦ୍ବିତୀୟ ଦିନ । ଆଜି ସକାଳେ ପ୍ରଥମ ମ୍ୟାଚ ଜାପାନ ଓ ମେକ୍ସିକୋ ମଧ୍ୟରେ ଖେଳାଯାଇଥିଲା । ଏଥିରେ 3-2ଗୋଲରେ ମେକ୍ସିକୋକୁ ମାତ ଦେଇଛି ଜାପାନ ।


ଜାପାନ ପକ୍ଷରୁ ହାରୋଟାକା ଜେନ୍ଦାନା 2ଟି, ଓ ସୋତା ୟମଦା ଗୋଟିଓ ଗୋଲ ସ୍କୋର କରିଥିଲେ । ମେକ୍ସିକୋ ପକ୍ଷରୁ ଏକମାତ୍ର ଗୋଲ ଏରିକ ହର୍ଣ୍ଣାଣ୍ଡେଜ ଦେଇଥିଲେ ।
ଫଳରେ 3 ପଏଣ୍ଟ ସହ ପୁଲ ବି ର ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଜାପାନ । ଅନ୍ୟପଟେ ଭାରତ ପୁଲ ଏ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଗୁରୁବାର ଭାରତ ରୁଷକୁ ବଡ ବ୍ୟବଧାନ(10-0)ରେ ହରାଇଛି ।

For All Latest Updates

ABOUT THE AUTHOR

...view details