ଓଡିଶା

odisha

ETV Bharat / sports

FIH Junior Hockey WC: ଆଜିଠୁ କମ୍ପିବ କଳିଙ୍ଗ, ଫ୍ରାନ୍ସ ଚ୍ୟାଲେଞ୍ଜ୍‌ ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ - Hockey news

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଜୁନିଅର ପୁରୁଷ ହକି ବିଶ୍ବକପ ୨୦୨୧ । ପ୍ରଥମ ଦିନରେ ଡିଫେଣ୍ଡିଂ ଚମ୍ପିଆନ ଭାରତ, ଫ୍ରାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ । ଅଧିକ ପଢନ୍ତୁ

FIH Junior Hockey WC: Team India ready to kickstart campaign against France
FIH Junior Hockey WC: ଫ୍ରାନ୍ସ ଚ୍ୟାଲେଞ୍ଜ୍‌ ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ

By

Published : Nov 23, 2021, 10:39 PM IST

Updated : Nov 24, 2021, 10:01 AM IST

ଭୁବନେଶ୍ବର: ବୁଧବାର ଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଜୁନିଅର ପୁରୁଷ ହକି ବିଶ୍ବକପ ୨୦୨୧ । ପ୍ରଥମ ଦିନରେ ଡିଫେଣ୍ଡିଂ ଚମ୍ପିଆନ ଭାରତ, ଫ୍ରାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ । ଗ୍ରୁପ ବି'ର ଏହି ମ୍ୟାଚ୍‌ ସନ୍ଧ୍ୟା ୭.୩୦ରେ ଖେଳାଯିବା ନେଇ ସୂଚୀ ରହିଛି ।

"ପ୍ରଥମ ମ୍ୟାଚ୍‌ ସବୁବେଳେ ଆହ୍ବାନପୂର୍ଣ୍ଣ ଥାଏ, ଯେତେବେଳେ ପ୍ରତିପକ୍ଷ ଟିମର ଶକ୍ତି ଆକଳନ କରିବା ସହଜ ନଥାଏ । ସେଥିପାଇଁ ଉଭୟ ଓ ଫ୍ରାନ୍ସ ଓ ଭାରତୀୟ ଟିମ ବରାବର ସ୍ଥିତିରେ ରହିଛନ୍ତି । ମାତ୍ର ପ୍ରଥମ ମ୍ୟାଚ୍‌ ଅତି ଉତ୍ସାହକର ହୋଇଥାଏ ।ନେଦରଲାଣ୍ଡ୍‌ସ, ଜର୍ମାନୀ ଓ USA ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ପ୍ରସ୍ତୁତି ଦୃଷ୍ଟିରୁ ଫାଇଦାମାନ ସାବ୍ୟସ୍ତ ହୋଇଛି ।" ଗଣମାଧ୍ୟମକୁ ଏହା କହିଛନ୍ତି ଭାରତୀୟ ହକି ଟିମର ମୁଖ୍ୟ କୋଚ୍‌ ଗ୍ରାହମ ରେଡ୍‌ ।

ଟିମ ଇଣ୍ଡିଆ ମିଡଫିଲ୍ଡର ବିବେକ ସାଗର ପ୍ରସାଦଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ । ଟୋକିଓ ଅଲମ୍ପିକ୍‌ସରେ ଭାରତୀୟ ଟିମର ଐତିହାସିକ ବ୍ରୋଞ୍ଜ ବିଜୟ ପ୍ରଦର୍ଶନର ଅଂଶ ରହିଥିଲେ ବିବେକ ।

"ଟୁର୍ଣ୍ଣାମେଣ୍ଟର ଭଲ ଫଳାଫଳ ପାଇଁ ସଂପୂର୍ଣ୍ଣ ପ୍ରୟାସ କରିବୁ । ବଡ ମ୍ୟାଚ୍‌ରେ ଖେଳିବାର ଅଭିଜ୍ଞତାକୁ ଏହି ଟୁର୍ନାମେଣ୍ଟରେ ଉପଯୋଗ କରିବା ଲକ୍ଷ୍ୟ ରହିବ," କହିଛନ୍ତି କ୍ୟାପେଟନ ବିବେକ ପ୍ରସାଦ ।

ଅନ୍ୟପଟେ ଫ୍ରାନ୍ସ କୋଚ୍‌ ଓ କ୍ୟାପଟେନ ମଧ୍ୟ ଟିମ ଭଲ ପ୍ରସ୍ତୁତି କରିଛି ଓ ପ୍ରଭାବୀ ପ୍ରଦର୍ଶନ ନେଇ ଆଶାବାଦୀ ଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 24, 2021, 10:01 AM IST

ABOUT THE AUTHOR

...view details