ଓଡିଶା

odisha

ETV Bharat / sports

2021କୁ ଘୁଞ୍ଚିଲା FIH ହକି ପ୍ରୋ ଲିଗର 2ୟ ସଂସ୍କରଣ

ପୂର୍ବ ନିର୍ଦ୍ଧାରିତ ଖେଳସୂଚୀ ଅନୁସାରେ ଲିଗର 2ୟ ସଂସ୍କରଣ ଚଳିତ ବର୍ଷ ଜାନୁୟାରୀରୁ ଆରମ୍ଭ ହୋଇ ଜୁନ୍ ପର୍ଯ୍ୟନ୍ତ ଚାଲିବାର ଥିଲା ।

By

Published : Apr 25, 2020, 5:17 PM IST

fih-hockey-pro-league-season-2-extended-until-june-2021
2021କୁ ଘୂଞ୍ଚିଲା FIH ହକି ପ୍ରୋ ଲିଗର 2ୟ ସଂସ୍କରଣ

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀକୁ ନେଇ ଚାଲିଥିବା ଅନିଶ୍ଚିତତା କାରଣରୁ ଆନ୍ତର୍ଜାତୀୟ ହକି ଫେଡେରେସନ୍ (FIH) ଚଳିତ ହକି ପ୍ରୋ ଲିଗର ଦ୍ବିତୀୟ ସଂସ୍କରଣକୁ ଆଗାମୀ ବର୍ଷ ଜୁନ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି । ତେବେ ପୂର୍ବ ନିର୍ଦ୍ଧାରିତ ଖେଳସୂଚୀ ଅନୁସାରେ ଲିଗର 2ୟ ସଂସ୍କରଣ ଚଳିତ ବର୍ଷ ଜାନୁୟାରୀରୁ ଆରମ୍ଭ ହୋଇ ଜୁନ୍ ପର୍ଯ୍ୟନ୍ତ ଚାଲିବାର ଥିଲା ।

ତେବେ ମ୍ୟାଚଗୁଡିକର ପ୍ରାୟ ଏକ ତୃତୀୟାଂଶ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ସମାପ୍ତ ହୋଇ ଯାଇଥିଲା । ସେହିପରି ଲିଗର 3ୟ ସଂସ୍କରଣ ଆସନ୍ତା ବର୍ଷ ସେପ୍ଟେମ୍ବରରୁ 2022 ଜୁନ ପର୍ଯ୍ୟନ୍ତ ଚାଲିବାର ଯୋଜନା ରହିଥିଲା । ମାତ୍ର ବିଶ୍ବ ବିପତ୍ତି କୋରୋନା ପାଇଁ 2ୟ ସଂସ୍କରଣ ଆସନ୍ତା ବର୍ଷକୁ ଘୁଞ୍ଚାଯାଇଛି ।

ତେବେ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇ, ଏଫ୍ଆଇଏଚ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଏରି ୱିଲ୍ କହିଛନ୍ତି, “ଆମେ ସମସ୍ତେ ବିଶ୍ବାସ କରୁ ଯେ FIH ହକି ପ୍ରୋ ଲିଗର ସାମ୍ପ୍ରତିକ ସଂସ୍କରଣ ବିଷୟରେ ଆମେ ସଠିକ୍ ରାସ୍ତା ପାଇଛୁ । ମ୍ୟାଚ୍ ଖେଳିବା ପାଇଁ ଏଥିରେ ଅତିରିକ୍ତ ସମୟ ମିଳିବ । ଏଥିସହ ଆଥଲେଟ୍ସମାନେ ଲଗାତର ଚାପରୁ ମୁକ୍ତି ମଧ୍ୟ ପାଇବେ ।’’

ABOUT THE AUTHOR

...view details