ଭୁବନେଶ୍ବର: ଆଉ ମାତ୍ର କିଛିଦିନ ବ୍ୟବଧାନରେ ପୁଣି କଳିଙ୍ଗ ଷ୍ଟାଡିୟମରେ ହେବ ହକି ମହାସମର । ଟୋକିଓ ଅଲମ୍ପିକ ଯୋଗ୍ୟତା ହାସଲ କରିବାକୁ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ସମସ୍ତ 4ଟି ଟିମ । ଉଭୟ ଭାରତୀୟ ମହିଳା ଓ ପୁରୁଷ ଟିମ ସେମାନଙ୍କ କୋଚଙ୍କ ତତ୍ବାବଧାନରେ ପ୍ରସ୍ତୁତି କ୍ୟାମ୍ପରେ ଭାଗ ନେଇ ଦଳର ଥିବା ଦୋଷ ଦୁର୍ବଳତା ସଜାଡ଼ିବାରେ ଲାଗି ପଡିଛନ୍ତି ।
ଏହି ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସ ଭାଗ ନେଇଥିବାବେଳେ ଅନ୍ୟତମ ସାଥି ଖେଳାଳି ବିରେନ୍ଦ୍ର ଲାକ୍ରା ଦଳରୁ ବାଦ ପଡିଛନ୍ତି । ଭିଡିଓ ଆନାଲିସିସ ମାଧ୍ୟମରେ ପ୍ରତିପକ୍ଷ ରୁଷିଆ ଖେଳାଳିଙ୍କ ଦୁର୍ବଳତାକୁ ଗୁରୁତ୍ବ ଦିଆଯାଉଛି । ଅଲମ୍ପିକ କ୍ବାଲିଫାୟାର ମ୍ୟାଚ ହୋଇଥିବାରୁ ଭାରତର ଲକ୍ଷ୍ୟ କେବଳ ବିଜୟରେ ହିଁ ରହିବ ।