ଓଡିଶା

odisha

ETV Bharat / sports

କଳିଙ୍ଗରେ ଭାରତକୁ ମିଳିବ ଟୋକିଓ ଟିକେଟ: ଓଡିଆ ଝିଅ ଲିଲିମା - hockey olympic qualifier

କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର 1 ଓ 2ରେ ଖେଳାଯିବାକୁ ଥିବା ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଭାରତ ବିଜୟୀ ହେବ ଦୃଢୋକ୍ତି ପ୍ରକାଶ କରିଛନ୍ତି ଓଡିଆ ହକି ଖେଳାଳି ଲିଲିମା ମିଞ୍ଜ ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

By

Published : Oct 29, 2019, 9:29 PM IST

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର 1 ଓ 2ରେ ଖେଳାଯିବ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ । ଭାରତୀୟ ପୁରୁଷ ଓ ମହିଳା ଦଳ ଉଭୟ ଟୋକିଓ ଅଲମ୍ପିକ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି । ପୁରୁଷ ଦଳ ଋଷ ବିପକ୍ଷରେ ମ୍ୟାଚ ଖେଳିବାକୁ ଥିବାବାଳେ ମହିଳା ଦଳ ଆମେରିକା ବପିକ୍ଷରେ ଖେଳିବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଏଥିପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ପ୍ରତ୍ୟେକ ଟିମର ଅଲମ୍ପିକରେ ଭାଗ ନେବାକୁ ଇଚ୍ଛା ରହିଛି । ଭାରତୀୟ ଟିମ କେବଳ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବା କହିଛନ୍ତି ଭାରତୀୟ ମହିଳା ଦଳର ଖେଳାଳି । ଭାରତୀୟ ହକି ଅଲମ୍ପିକ କ୍ବାଲିଫାୟାର ଦଳରେ ଓଡିଶାର 3 ଖେଳାଳି ସ୍ଥାନ ପାଇଛନ୍ତି ।

ଦଳରେ ସ୍ଥାନ ପାଇଥିବା ଓଡ଼ିଆ ଝିଅ ଲିଲିମା ମିଞ୍ଜ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ । ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳିବକୁ ଥିବାରୁ ବହୁତ ଉତ୍ସାହିତ ଥିବା ଲିଲିମା କହିଛନ୍ତି। ସମସ୍ତ ସୁଯୋଗକୁ କିପରି ଗୋଲରେ ପରିଣତ କରିହେବ ସେଥପ୍ରତି ସେ ଧ୍ୟାନ ଦେଉଛନ୍ତି । ଏଥିସହିତ ଆଟାକ ଓ ଡିଫେଣ୍ଡ ଉପରେ ଉପରେ ଗୁରୁତ୍ବ ଦେଉଥିବା ସେ କହିଛନ୍ତି।

ଦର୍ଶକମାନେ ଯେପରି ପୁରୁଷ ଦଳ ପାଇଁ ଫୁଲ ଷ୍ଟାଡିୟମରେ ଚିୟର କରନ୍ତି ସେହିପରି ମହିଳା ଦଳକୁ ଚିୟର କରିବାକୁ ସେ ଅପିଲ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details