ଚଣ୍ଡିଗଡ: ଭାରତୀୟ ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲଙ୍କୁ ମିଳିଛି ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର । ଏନେଇ ରାନୀ ଖୁସିବ୍ୟକ୍ତ କରିବା ସହ, ଗର୍ବର ବିଷୟ ବୋଲି କହିଛନ୍ତି । ତେବେ ରାନୀଙ୍କ ବାପା ମଧ୍ୟ ଏନେଇ ଖୁସି ଥିବା ସହ ଝିଅ ପାଇଁ ଗର୍ବିତ ବୋଲି କହିଛନ୍ତି ।
ରାନୀଙ୍କୁ ପଦ୍ମଶ୍ରୀ ସମ୍ମାନ:ବାପା ରଖିଲେ ପ୍ରତିକ୍ରିୟା
ଝିଅ ହକି ଖେଳିବା ପୂର୍ବରୁ ଆମେ ହକି ଖେଳ ବିଷୟରେ ଅଜଣା ଥିଲୁ । ଝିଅ ଆମର ଶାର୍ଷରେ ପହଞ୍ଚିଛି । ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ମିଳିବା ପରେ ଭାରତୀୟ ମହିଳା ହକି ଟିମର କ୍ୟାପଟେନ ରାନୀଙ୍କ ବାପାଙ୍କ ପ୍ରତିକ୍ରିୟା ।
Rani Rampal
ରାନୀଙ୍କ ବାପା କହିଛନ୍ତି ଯେ, ଆମେ ମାନେ ବହୁତ ଖୁସି ଅଛୁ ଓ ଝିଅ ପାଇଁ ଆମେ ଗର୍ବିତ । ଝିଅ ହକି ଖେଳିବା ପୂର୍ବରୁ ଆମେ ହକି ଖେଳ ବିଷୟରେ ଅଜଣା ଥିଲୁ । ଝିଅ ଆମର ଶାର୍ଷରେ ପହଞ୍ଚିଛି ।
25 ବର୍ଷିୟା ରାନୀ 212ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି 134ଟି ଗୋଲ୍ ଦେଇଛନ୍ତି । ତାଙ୍କର ନେତୃତ୍ବରେ ଭାରତୀୟ ମହିଳା ହକି ଦଳ ଟୋକିଓ ଅଲମ୍ପିକର ଟିକେଟ ହାସଲ କରିଛି ।