ନୂଆଦିଲ୍ଲୀ: କୋରୋନା ମହାମାରୀ ଯୋଗୁଁ କ୍ରୀଡ଼ା ଜଗତରୁ ଆସିଲା ଆଉ ଏକ ଦୁଃଖଦ ଖବର । କୋଭିଡ ସଂକ୍ରମିତ ହୋଇ ପୂର୍ବତନ ଅନ୍ତର୍ଜାତୀୟ ହକି ଅମ୍ପାୟାର ରବିନ୍ଦର ସିଂହ ସୋଢ଼ୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ବୟସ ହୋଇଥିଲା । ସେ ବହୁ ଅନ୍ତର୍ଜାତୀୟ ଓ ଘରୋଇ ହକି ମ୍ୟାଚରେ ହକି ଅମ୍ପାୟାର ରହି ସାରିଛନ୍ତି । ଏହାକୁ ନେଇ ହକି ଇଣ୍ଡିଆ ଗଭୀର ଶୋକ ପ୍ରକାଶ କରିଛି ।
ହକି ଅମ୍ପାୟାର ରବିନ୍ଦର ସିଂହ ବହୁ ଘରୋଇ ଟୁର୍ଣ୍ଣାମେଣ୍ଟ ଅମ୍ପାୟର ରହିଥିଲେ । ଏହାସହ ସେ ନେହୁରୁ ହକି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଅମ୍ପାୟାର ରହିଥିଲେ । ଏହାପରେ 1988 ମସିହାରେ ସେ ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଗୋଲ୍ଡ କପର ଅମ୍ପାୟାର ପ୍ୟାନେଲରେ ସେ ସାମିଲ ଥିଲେ । ତେବେ ଗତ କିଛି ଦିନ ହେଲା ସେ କୋରୋନା ଭାଇରସରେ ସଂକ୍ରମିତ ହୋଇଥିଲେ । ଏହାପରେ ସ୍ଥାନୀୟ ହସ୍ପିଟାଲରେ ସେ ଚିକିତ୍ସାଧିନ ରହିଥିଲେ ।