ଓଡିଶା

odisha

ETV Bharat / sports

Exclusive: ଅଲମ୍ପିକକୁ ନେଇ ଭାରତୀୟ ହକି ଦଳର କ'ଣ ରହିଛି ଯୋଜନା, ଜାଣନ୍ତୁ ବିଶେଷଜ୍ଞଙ୍କ ମତ.. - Interview With Kulwinder Singh kang

ହକି ବିଶେଷଜ୍ଞ ତଥା କମେଣ୍ଟର କୁଲବିନ୍ଦର ସିଂ କଙ୍ଗ ଇଟିଭି ଭାରତ ସହ ଏକ ବିଶେଷ ସାକ୍ଷାତକାରରେ କହିଛନ୍ତି ଯେ, ପ୍ରୋ ହକି ଲିଗରେ ଭାରତୀୟ ଦଳଙ୍କୁ ବଡ ଟିମ ସହ ଖେଳିବାକୁ ସୁଯୋଗ ମିଳିବ , ଏହା ଅଲମ୍ପିକ ପାଇଁ ଲାଭଦାୟକ ହେବ ।

Exclusive
Exclusive

By

Published : Dec 8, 2019, 7:05 PM IST

ହାଇଦ୍ରାବାଦ: ଭାରତୀୟ ପୁରୁଷ ଓ ମହିଳା ହକି ଟିମ ଆଗାମୀ ବର୍ଷ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଦେଶବାସୀଙ୍କୁ ଉଭୟ ଟିମକୁ ନେଇ ବେଶ୍‌ ଆଶା ରହିଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

2016ରେ ଅଲମ୍ପିକରେ ଗୋଲ୍ଡ ହାସଲ କରିଥିବା ଆର୍ଜେଣ୍ଟିନା ଦଳ ସହ ପୁଲ'ଏ'ରେ ଭାରତୀୟ ଦଳ ରହିଛି । ଏଥିସହ ଆୟୋଜକ ଦଳ ଜାପାନ, ଅଷ୍ଟ୍ରେଲିଆ, ସ୍ପେନ ଓ ନ୍ୟୁଜଲାଣ୍ଡ ଏହି ପୁଲରେ ରହିଛନ୍ତି ।

କୋଚ ଗ୍ରାହମ ରିଡଙ୍କ ସହ ଭାରତୀୟ ପୁରୁଷ ଦଳ
ହକି ବିଶେଷଜ୍ଞ ତଥା କମେଣ୍ଟର କୁଲବିନ୍ଦର ସିଂ କଙ୍ଗ କହିଛନ୍ତି ଯେ, ଅଲମ୍ପିକର ପୁଲ'ଏ'ରେ ବହୁତ ଭଲ ଭଲ ଟିମ ଅଛନ୍ତି । ତେଣୁ ଭାରତକୁ କୌଣସି ଦଳକୁ କମ୍‌ ଭାବିବା ଅନୁଚିତ୍‌ । ପ୍ରଥମେ ଭାରତକୁ କ୍ବାଟରଫାଇନାଲ୍‌ରେ ପ୍ରବେଶ କରିବାକୁ ଚେଷ୍ଟା କରିବା ଦରକାର ।
ଭାରତୀୟ ପୁରୁଷ ହକି ଦଳ

ହକି ପ୍ରୋ ଲିଗରେ ଖେଳିବା ଦ୍ବାରା ମିଳିବ ଲାଭ-

କଙ୍ଗ କହିଛନ୍ତି ଯେ, ଅଲମ୍ପିକ ପୂର୍ବରୁ ଭାରତୀୟ ପୁରୁଷ ଟିମକୁ ଅନେକ ମ୍ୟାଚ ଖେଳିବାର ଅଛି । ଫଳରେ ଟିମକୁ ପ୍ରସ୍ତୁତ ହେବାକୁ ଭଲ ସୁଯୋଗ ମିଳିବ । ପ୍ରୋ ଲିଗ୍‌ରେ ଭାରତୀୟ ଦଳଙ୍କୁ ବଡ ଟିମ ସହ ଖେଳିବାକୁ ସୁଯୋଗ ମିଳିବ , ଏହା ଅଲମ୍ପିକ ପାଇଁ ଲାଭଦାୟକ ହେବ ।

ଆଘାତରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ଖେଳାଳି-

କୁଲବିନ୍ଦର ଆହୁରି ମଧ୍ୟ କହିଛନ୍ତି ଯେ, ଅଲମ୍ପିକ ପୂର୍ବରୁ ଭାରତୀୟ ଟିମର ବ୍ୟସ୍ତ କାର୍ଯ୍ୟକ୍ରମ ରହିଛି । ତେଣୁ ଖେଳାଳିମାନେ ଆହାତ ହେବାର ଆଶଙ୍କା ଅଧିକ ଅଛି । ତେଣୁ ଏଥିପ୍ରତି ଖେଳାଳିମାନେ ବିଶେଷ ଧ୍ୟାନ ଦେବା ଦରକାର ।

ମ୍ୟାଚର ଶେଷ ମୂହୁର୍ତ୍ତରେ ନିୟନ୍ତ୍ରଣ ରଖନ୍ତୁ-

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଭାରତୀୟ ଦଳକୁ ମ୍ୟାଚର ଶେଷ ମୂହୁର୍ତ୍ତରେ ନିଜ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ । ଅଧିକାଂଶ ସମୟରେ ମ୍ୟାଚର ଶେଷ ମୂହୁର୍ତ୍ତରେ ହିଁ ସମସ୍ୟା ଦେଖାଯାଇଥାଏ । ଫଳରେ ମ୍ୟାଚ ହାତରୁ ଖସିଯାଏ ।

ଉଷ୍ମ ଜଳବାୟୁ ଭାରତୀୟ ଟିମ ଉପରେ ପ୍ରଭାବ ପକାଇବ ନାହିଁ-

କୁଲବିନ୍ଦର ସିଂ କହିଛନ୍ତି ଯେ, ଭାରତୀୟ ଟିମକୁ ଟୋକିଓର ଉଷ୍ମ ଜଳବାୟୁରେ କୌଣସି ସମସ୍ୟା ହେବ ନାହିଁ । ଭାରତୀୟ ଦଳକୁ ଏପରି ଜଳବାୟୁରେ ଖେଳିବାର ଅଭ୍ୟାସ ଅଛି । କିନ୍ତୁ ଅନ୍ୟ ଦେଶର ହକି ଟିମକୁ ଅସୁବିଧା ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details