ବେଙ୍ଗାଲୁରୁ: ସମ୍ମାନ ଜନକ ଅର୍ଜୁନ ଆୱାର୍ଡ ପାଇଁ ହକି ଇଣ୍ଡିଆ ପକ୍ଷରୁ ମନୋନୀତ ହୋଇଛନ୍ତି ଡିଫେଣ୍ଡର ହରମନପ୍ରିତ ସିଂହ । ତେବେ ଏନେଇ ହରମନପ୍ରିତ କୃତଜ୍ଞତା ଜଣାଇବା ସହ ଖୁସିବ୍ୟକ୍ତ କରିଛନ୍ତି । ଏହି ସମ୍ମାନ ଭବିଷ୍ୟତର ପ୍ରଦର୍ଶନ ପାଇଁ ପ୍ରେରଣା ପାଲଟିବ ବୋଲି ସେ କହିଛନ୍ତି ।
କୃତଜ୍ଞତା ଜଣାଇଲେ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ ହରମନପ୍ରିତ - nominated for Arjun Award
ସମ୍ମାନ ଜନକ ଅର୍ଜୁନ ଆୱାର୍ଡ ପାଇଁ ହକି ଇଣ୍ଡିଆ ପକ୍ଷରୁ ମନୋନୀତ ହୋଇଛନ୍ତି, ଡିଫେଣ୍ଡର ହରମନପ୍ରିତ ସିଂହ । ଏନେଇ ହରମନପ୍ରିତ କୃତଜ୍ଞତା ଜଣାଇବା ସହ ଖୁସିବ୍ୟକ୍ତ କରିଛନ୍ତି ।

କୃତଜ୍ଞତା ଜଣାଇଲେ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ ଡିଫେଣ୍ଡର ହରମନପ୍ରିତ
ହକି ଇଣ୍ଡିଆ ପକ୍ଷରୁ ମହିଳା ଟିମ କ୍ୟାପଟେନ ରାନୀ ରାମପାଲ, ରାଜୀବ ଗାନ୍ଧି ଖେଳ ରତ୍ନ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । ଏଥିସହିତ ବନ୍ଦନା କାଟାରିୟା, ମୋନିକା ଓ ହରମନପ୍ରିତ ସିଂହ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି ।
ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ବେଙ୍ଗାଲୁରୁ କ୍ୟାମ୍ପସରେ ଉଭୟ ପୁରୁଷ ଓ ମହିଳା ହକି ଟିମ ଅଭ୍ୟାସ ଆରମ୍ଭ କରିଛନ୍ତି ।