ଭୁବନେଶ୍ବର:ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ଟିମ୍ ଇଣ୍ଡିଆର ଷ୍ଟାର ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା । ଏହାକୁ ନେଇ ଗୁରୁବାର ହକି ଇଣ୍ଡିଆକୁ ଜଣାଇଛନ୍ତି । ଏହାପରେ ହକି ଇଣ୍ଡିଆ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଟୋକିଓରେ ଇତିହାସ ରଚି ଫେରିଥିବା ହକି ଟିମ୍ ଇଣ୍ଡିଆର ସଦସ୍ୟ ଥିଲେ ଓଡ଼ିଆ ଡିଫେଣ୍ଡର ସୁନ୍ଦରଗଡ଼ର ପୁଅ ବୀରେନ୍ଦ୍ର ଲାକ୍ରା ।
୨୦୧୨ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡେବ୍ୟୁ କରିଥିଲେ ବୀରେନ୍ଦ୍ର । ସେ ଭାରତ ପକ୍ଷରୁ ୨୦୧ ଥର ପଡ଼ିଆକୁ ଓହ୍ଲାଇଛନ୍ତି । ସେହି ବର୍ଷ ହିଁ ହକି ଚମ୍ପିଆନସିପ୍ର ସେମି ଫାଇନାଲ୍ରେ ଦମଦାର ଖେଳ ପ୍ରଦର୍ଶନ କରିଥିଲେ ବୀରେନ୍ଦ୍ର । ଏହାସହ ସେ ଅଲମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମଧ୍ୟ ଫ୍ରାନ୍ସ ବିପକ୍ଷରେ ଲଢ଼ୁଆ ଖେଳ ପ୍ରଦର୍ଶନ କରିଥିଲେ । ଟୋକିଓ ଅଲମ୍ପିକ୍ସ ପରେପରେ ଅବସର ଘୋଷଣା କରିବେ ବୋଲି ଯୋଜନା ରଖିଥିଲେ ବୀରେନ୍ଦ୍ର । ଏହାକୁ ନେଇ ସେ ନିଜେ ସୂଚନା ଦେଇଛନ୍ତି ।