ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶରେ ଲାଗୁ ହୋଇଥିବା ଲକଡାଉନ ଅବଧି ମେ 3 ପର୍ଯ୍ୟନ୍ତ ବୃଦ୍ଧିପାଇଛି । ପ୍ରଧାନମନ୍ତ୍ରୀ ମୋଦି ଆଜି(ମଙ୍ଗଳବାର) ଏନେଇ ଘୋଷଣା କରିଛନ୍ତି । ପୂର୍ବରୁ ଘୋଷିତ ଲକଡାଉନ ଏପ୍ରିଲ 14 ପର୍ଯ୍ୟନ୍ତ ରହିଥିଲା ।
ଏହି ଘୋଷଣା ପରେ ହକି ଇଣ୍ଡିଆ ପକ୍ଷରୁ ବଡ ଘୋଷଣା କରାଯାଇଛି । ହକି ଇଣ୍ଡିଆ ବାର୍ଷିକ ସମସ୍ତ ନ୍ୟାସନାଲ ଚମ୍ପିଆନସିପ 2020କୁ ସ୍ଥଗିତ କରିଛି । ଖେଳାଳି, ଷ୍ଟାଫ, କୋଚ ଓ ଅନ୍ୟ ସମସ୍ତ ଅଧିକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯାଇଛି ।
ନଜର ପକାନ୍ତୁ ସ୍ଥଗିତ ଘୋଷଣା ହୋଇଥିବା ନ୍ୟାସନାଲ ଚମ୍ପିଆନସିପ ଗୁଡିକ ଉପରେ..
- 10ମ ହକି ଇଣ୍ଡିଆ ମହିଳା ଜୁନିୟର ନ୍ୟାସନାଲ ଚମ୍ପିଆନସିପ 2020- ରାଞ୍ଚି, ଝାଡଖଣ୍ଡ( B ଡିଭିଜନ, A ଡିଭିଜନ)
(ଡିଭିଜନ ବି: ଏପ୍ରିଲ 29-ମେ9, ଡିଭିଜନ ଏ: ମେ 7-17)
- 10ମ ହକି ଇଣ୍ଡିଆ ଜୁନିୟର ପୁରୁଷ ନ୍ୟାସନାଲ ଚମ୍ପିଆନସିପ 2020 2020-ଚେନ୍ନାଇ, ତାମିଲନାଡୁ