ନୂଆଦିଲ୍ଲୀ: 45ବର୍ଷ ତଳେ କ୍ବାଲାଲାମପୁରରେ ପୁରୁଷ ହକି ବିଶ୍ବ କପ ଫାଇନାଲରେ ଭାରତ ଚିରପ୍ରତିଦ୍ବନ୍ଦୀ ପାକିସ୍ତାନକୁ ମାତ୍ ଦେଇ ପ୍ରଥମ ଥର ପାଇଁ ବିଶ୍ବ ବିଜେତା ହୋଇଥିଲା । ଏହା ଭାରତର ଏକମାତ୍ର ବିଶ୍ବକପ୍ ।
15ମାର୍ଚ୍ଚ 1975ରେ ଦେଶ ପାଇଁ ଏହି ଗୌରବ ଆଣି ଦେଇଥିଲେ ଭାରତୀୟ ହକି ଦଳ । ତେବେ ସେହି ବିଶ୍ବ ବିଜେତା ଦଳର ମହାନ ଖେଳିଙ୍କ ମନରେ ଦୁଃଖ । 45ବର୍ଷ ତଳର ଐତିହାସିକ ବିଜୟକୁ ସମସ୍ତେ ଯେପରି ଭୁଲି ଯାଇଛନ୍ତି । ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ପୁଅ ଅଶୋକ କୁମାର ଏହି ଐତିହାସିକ ମ୍ୟାଚର ସଦସ୍ୟ ଥିଲେ । ସେ ଏବେ କହିଛନ୍ତି ଯେ, ଆମେ ଏଯାଏଁ 2ୟ ବିଶ୍ବକପ ଜିତି ନାହୁଁ । କିନ୍ତୁ ବିଶ୍ବ ବିଜେତା ଟିମକୁ ସେହି ଶ୍ରେୟ ମିଳି ନାହିଁ , ଯେପରି ମିଳିବାର କଥା । ସେଲିବ୍ରେଟ କରିବା ତ ଦୂରର କଥା ଆମକୁ କେହି ଶୁଭେଚ୍ଛା ମଧ୍ୟ ଜଣାଇ ନାହାଁନ୍ତି । ନା କାହାକୁ ମନେ ଅଛି । ଆଜିର ଏହି କ୍ରିକେଟ ଗ୍ଲାମରରେ ଆମେ ତାହାର ସମକକ୍ଷ କିପରି ହୋଇପାରିବୁ ।
45ବର୍ଷ ପୂର୍ବେ 15ମାର୍ଚ୍ଚରେ କୁଆଲାଲମ୍ପୁରରେ ବିଶ୍ବକପ ଫାଇନାଲରେ ଯେତେବେଳେ ଭାରତୀୟ ହକି ଟିମ ପାକିସ୍ତାନ ବିପକ୍ଷରେ ଓହ୍ଲାଇଥିଲେ, ସେତେବେଳେ ଭାରତରେ ସମସ୍ତଙ୍କ କାନ ରେଡିଓ ପାଖରେ ଥିଲା । ସେପଟେ ମଇଦାନରେ ଓହ୍ଲେଇଥିବା ଭାରତୀୟ ଖେଳାଳିଙ୍କ ମନରେ ଗୋଟିଏ କଥା ଚାଲିଥିଲା 2ବର୍ଷ ତଳର ପ୍ରଥମ ପରାଜୟର ପ୍ରତିଶୋଧ ନେବାର । ସେହି ମ୍ୟାଚରେ ପାକିସ୍ତାନକୁ 2-1ରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ ।