ନୂଆଦିଲ୍ଲୀ: କୋରୋନା ବିରୋଧି ଲଢେଇରେ ସାମିଲ ହୋଇଛି ହକି ଇଣ୍ଡିଆ । ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 21ଲକ୍ଷ ଟଙ୍କା ପ୍ରଦାନ କରିଛି ହକି ଇଣ୍ଡିଆ । ପୂର୍ବରୁ ହକି ଇଣ୍ଡିଆ ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଏକ କୋଟି ସହାୟତା ରାଶି ପ୍ରଦାନ କରାଯାଇଛି ।
କୋରୋନା ମୁକାବିଲା: ଓଡିଶା ରିଲିଫ ଫଣ୍ଡକୁ 21 ଲକ୍ଷ ଦେଲା ହକି ଇଣ୍ଡିଆ
କୋରୋନା ବିରାଧି ଲଢେଇରେ ସାମିଲ ହୋଇଛି ହକି ଇଣ୍ଡିଆ । ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 21ଲକ୍ଷ ଟଙ୍କା ପ୍ରଦାନ କରିଛି ହକି ଇଣ୍ଡିଆ ।
କୋରୋନା ମୁକାବିଲା: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 21 ଲକ୍ଷ ଦେଲା ହକି ଇଣ୍ଡିଆ
ଓଡିଶାରେ ରହିଛନ୍ତି ଅଗଣିତ ହକିପ୍ରେମୀ । ହକିକୁ ସବୁବେଳେ ଓଡିଶାବାସୀ ନିଆରା ଭଲପାଇବା ଦେଇଆସିଛନ୍ତି । ମହାମାରୀ କୋରୋନା ଭାଇରସ ଲଢେଇରେ ଏହି ଅର୍ଥରାଶି ସହଯୋଗ କରିବ କହିଛନ୍ତି ହକି ଇଣ୍ଡିଆ ସଭାପତି ସୟଦ ମୁସ୍ତାକ ଅହମ୍ମଦ ।
ହକିପ୍ରେମୀ ଓଡିଶାବାସୀଙ୍କ କଠିନ ସମୟରେ ସାହାଯ୍ୟ ପାଇଁ ସର୍ବସହମତିରେ ହକି ଇଣ୍ଡିଆର ଆପେକ୍ସ କାଉନସିଲ ସହାୟତା ରାଶି ପ୍ରଦାନ କରିଛି । ଏଥିରେ ସମସ୍ତ ଅଧିକାରୀ ଖୁସି ଜାହିର କରିଥିବା କହିଛନ୍ତି ହକି ଇଣ୍ଡିଆ ସାଧାରଣ ସମ୍ପାଦକ ରାଜିନ୍ଦର ସିଂହ ।