ଭୁବନେଶ୍ବର: ଭାରତୀୟ ହକି ଟିମର ଐତିହାସିକ ଅଲମ୍ପିକ ପଦକ ବିଜୟ ପରେ ଉତ୍ସବମୁଖର ଓଡିଶା ସମେତ ସାରାଦେଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଟିମ ଇଣ୍ଡିଆ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ସିଧାସଳଖ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି । ଓଡିଶା ଉଭୟ ପୁରୁଷ ଓ ମହିଳା ଟିମର ମୁଖ୍ୟ ପ୍ରାୟୋଜକ ରହିଛି ।
ଅଗଷ୍ଟ ୧୬ରେ ଭୁବନେଶ୍ବର ଆସିବ ବ୍ରୋଞ୍ଜ ବିଜୟୀ ଟିମ ଇଣ୍ଡିଆ - ବିରେନ୍ଦ୍ର ଲାକ୍ରା
ଅଲମ୍ପିକ ପଦକ ବିଜେତା ଭାରତୀୟ ହକି ଟିମ ସହ କଥା ହେଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଲେ ନିମନ୍ତ୍ରଣ । ଅଧିକ ପଢନ୍ତୁ...

ଅଗଷ୍ଟ ୧୬ରେ ଭୁବନେଶ୍ବର ଆସିବ ବ୍ରୋଞ୍ଜ ବିଜୟୀ ଟିମ ଇଣ୍ଡିଆ
ଅଗଷ୍ଟ ୧୬ରେ ଭୁବନେଶ୍ବର ଆସିବ ବ୍ରୋଞ୍ଜ ବିଜୟୀ ଟିମ ଇଣ୍ଡିଆ
ଭିଡିଓ କନ୍ଫରେନ୍ସିଂରେ ଦୁଇ ଖେଳାଳି ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରାଙ୍କ ସମେତ କ୍ୟାପଟେନ ମନପ୍ରୀତ ସିଂହ, ରୁପିନ୍ଦର ପାଲ୍ ସିଂହ ଓ ଅନ୍ୟ ଖେଳାଳିମାନେ ମଧ୍ୟ ସାମିଲ ଥିଲେ । ଅଗଷ୍ଟ ୧୬ରେ ଭାରତୀୟ ହକି ଟିମକୁ ଓଡିଶାରେ ସ୍ବାଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ସମସ୍ତ ଖେଳାଳିଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ନବୀନ ।
ଭୁବନେଶ୍ବରରୁ ଭନାନୀ ଶଙ୍କର ଦାସ, ଇଟିଭି ଭାରତ