ଓଡିଶା

odisha

ETV Bharat / sports

ଛତିଶଗଡ ହକି ଏକାଡେମୀକୁ ମିଳିଲା SAI ଅନୁମୋଦନ

ଛତିଶଗଡ ହକି ଏକାଡେମୀକୁ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI) ପକ୍ଷରୁ ମିଳିଲା ଅନୁମୋଦନ।

Chhattisgarh Hockey Academy gets SAI approval
ଛତିଶଗଡ ହକି ଏକାଡେମୀକୁ ମିଳିଲା SAI ଅନୁମୋଦନ

By

Published : Oct 16, 2020, 9:52 PM IST

ନୂଆଦିଲ୍ଲୀ: ଛତିଶଗଡ ହକି ଏକାଡେମୀକୁ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI) ପକ୍ଷରୁ ମିଳିଲା ଅନୁମୋଦନ। ଶୁକ୍ରବାର ଏନେଇ ଅଧିକାରୀ ସୂଚନା ଦେଇଛନ୍ତି ।

ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ

କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଖେଲୋ ଇଣ୍ଡିଆ ଯୋଜନା ଅନ୍ତର୍ଗତ, ରାୟପୁରରେ ଏକ ଘରୋଇ ଏକାଡେମୀ, ବିଳାଶପୁରରେ ଆଥଲେଟିକ୍ସ, କୁସ୍ତିଯୋଦ୍ଧା ଓ ସୁଇମିଂ ପାଇଁ ଉତ୍କର୍ଷ କେନ୍ଦ୍ର(ସେଣ୍ଟର ଅଫ ଏକ୍ସଲେନ୍ସ) ଅନୁମୋଦନ ପ୍ରସ୍ତାବ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆକୁ ପଠାଇଯାଇଥିଲା । ଅଥରିଟି ପକ୍ଷରୁ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ରାଜ୍ୟର କ୍ରୀଡା ପ୍ରତିଭାଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ଅଭ୍ୟାସ ବ୍ୟବସ୍ଥା ଉପଲବ୍ଧ କରିବାକୁ ଛତିଶଗଡ ପ୍ରତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ଛତିଶଗଡ ହକି ଏକାଡେମୀ ରାୟପୁରରେ ନିର୍ମିତ ହୋଇଛି । ଏଠାରେ ପୁରୁଷ ଓ ମହିଳା ଖେଳାଳିଙ୍କ ପାଇଁ ରହିବାର ବନ୍ଦୋବସ୍ତ ରହିଛି । ଏଥିସହିତ ଦୁଇଟି ଅନ୍ତର୍ଜାତୀୟ ସ୍ତରୀୟ ହକି ଷ୍ଟାଡିୟମ ରାୟପୁରରେ ନିର୍ମାଣ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details