ନୂଆଦିଲ୍ଲୀ: ଭେଟେରାନ ହକି ଟିମ ଇଣ୍ଡିଆ ଗୋଲକିପର ପିଆର ଶ୍ରୀଜେଶ ଟୋକିଓ ଅଲମ୍ପିକ୍ସକୁ ନଇ ବଡ ବୟାନ ଦେଇଛନ୍ତି । ଶ୍ରୀଜେଶ କହିଛନ୍ତି, ପୂର୍ଣ୍ଣ ଦକ୍ଷତାର ସହ ଖେଳିଲେ 2021 ଟୋକିଓ ଅଲମ୍ପିକ୍ସରେ ମେଡାଲ ବିଜେତା ହୋଇପାରିବ ଭାରତ ।
ଚଳିତ ବର୍ଷ ଆରମ୍ଭରେ ହକି ପ୍ରୋ-ଲିଗରୁ ହକି ଟିମ ଇଣ୍ଡିଆ ଟୋକିଓ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା । ନେଦରଲାଣ୍ଡ ବିପକ୍ଷରେ 5-2 ଓ 3-3(3-1) ଗୋଲରେ ବିଜୟୀ ହୋଇଥିଲା ଭାରତ । ପରେ ବିଶ୍ବ ଚମ୍ପିଆନ ବେଲଜିୟମ ବିପକ୍ଷରେ 2-1 ବିଜୟ ଓ 3-4 ପରାଜୟ ମିଳିଥିଲା । ପରେ ଅଷ୍ଟ୍ରେଲିଆ ବିପକ୍ଷରେ 2-2(3-1) ଗୋଲରେ ବିଜୟ ମିଳିଥିଲା । ଏହାପରେ କୋରୋନା ଭାଇରସ ଯୋଗୁଁ ଏହି ପ୍ରତିଯୋଗିତା ସ୍ଥଗିତ ରହିଛି ।