କଟକ: ହକିରେ ଓଡିଶାକୁ ଆଉ ଏକ ଉଲ୍ଲେଖନୀୟ ସଫଳତା । ଅନ୍ତର୍ଜାତୀୟ ହକିରେ ଆଉ ଏକ ସ୍ଥାନ ଅଧିକାର କରିଛି ଓଡିଶା । ଓଡିଶାର ବିଶ୍ବରଞ୍ଜନ ଷଡ଼ଙ୍ଗୀ ଏଫଆଇଏଚର ଟେକନିକାଲ ଅଫିସର୍ରୁ ସିଧାସଳଖ ଆଡ଼ଭାନସମେଣ୍ଟ ପ୍ୟାନେଲକୁ ଉତ୍ତିର୍ଣ୍ଣ ହୋଇଛନ୍ତି । ନିଜର ଦକ୍ଷତା ଓ ହକି ପରିଚାଳନା ଦିଗରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି ବିଶ୍ବରଞ୍ଜନ । ତେବେ ସେ ପ୍ରଥମ ଓଡିଆ ଭାବେ ଏହି ପଦବୀରେ ସ୍ଥାନ ପାଇଛନ୍ତି ।
ରାଜ୍ୟ ହକି ଖେଳାଳିରୁ କ୍ୟାରିୟର ଆରମ୍ଭ କରିଥିଲେ ବିଶ୍ବରଞ୍ଜନ । ପରେ ସେ 2012ରେ ଫିଲ୍ଡ ଅମ୍ପେୟାର, ଆଉ ଏହା ପରେ 2014ରେ ହକି ଇଣ୍ଡିଆ ପ୍ୟାନେଲ ସ୍ଥାନ ପାଇଥିଲେ । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା କିଛି ମ୍ୟାଚରେ ମଧ୍ୟ ସେ ନଜର ଆସିଛନ୍ତି ବିଶ୍ବରଞ୍ଜନ । ଯେଉଁଠି ଭାରତ ଓ ଜାପାନ ମଧ୍ୟରେ ହୋଇଥିଲା କଡା ମୁକାବିଲା । ତେବେ 2018ରେ ପ୍ରଥମ କରି ବିଶ୍ବରଞ୍ଜନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଟେକନିକାଲ ଅମ୍ପେୟାର ଭାବେ କାର୍ଯ୍ୟ କରିଥିଲେ, ଯେଉଁଥିରେ ସାମିଲ ରହିଛି ସୁଲତାନ ଜୋହର କପ, ଆଜଲାନ ଶାହା କପ, ବାଂଲାଦେଶ ଓ ଫିଲିପାଇନ୍ସରେ ଖେଳାଯାଇଥିବା କିଛି ମେଗା ଇଭେଣ୍ଟ ।