ଭୁବନେଶ୍ବର: ନଭେମ୍ବର ୧ରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଅଲମ୍ପିକ୍ସ ହକି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ। ଏଫଆଇଏଚ୍ ଅଲିମ୍ପିକ୍ କ୍ବାଲିଫାୟର୍ସରେ ନଭେମ୍ବର 1 ଓ 2 ତାରିଖରେ ଭାରତ-ରୁଷିଆ ମ୍ୟାଚ ଖେଳାଯିବ । ଏହାପୂର୍ବରୁ ଓଡିଶା କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ଦଳ ଘୋଷଣାରେ ଓଡିଆ ଖେଳାଳି ବିରେନ୍ଦ୍ର ଲାକ୍ରାଙ୍କୁ ସ୍ଥାନ ମିଳିନଥିଲା । ଏବେ ଭାରତୀୟ ଦଳର ଡିଫେଣ୍ଡର ବରୁଣ କୁମାର ଆହତ ଜନିତ ସମସ୍ୟାରୁ ଦଳରୁ ବାଦ ପଡିଛନ୍ତି । ଫଳରେ ତାଙ୍କ ସ୍ଥାନରେ ହକି ଇଣ୍ଡିଆ ଅଭିଜ୍ଞ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରାଙ୍କୁ ଦଳରେ ସ୍ଥାନ ମିଳିଛି।
ଏଫଆଇଏଚ୍ ଅଲିମ୍ପିକ୍ କ୍ବାଲିଫାୟର୍ସ: ଆହତ କାରଣରୁ ବରୁଣ ବାଦ୍, ବୀରେନ୍ଦ୍ର ଲାକ୍ରା ସାମିଲ - ଭାରତୀୟ ହକି ଦଳରେ ସାମିଲ ବିରେନ୍ଦ୍ର ଲାକ୍ରା
କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଅଲମ୍ପିକ୍ସ ହକି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ। ଭାରତୀୟ ଦଳର ଡିଫେଣ୍ଡର ବରୁଣ କୁମାର ଆହତ ଜନିତ ସମସ୍ୟାରୁ ଦଳରୁ ବାଦ ପଡିଛନ୍ତି। ଫଳରେ ତାଙ୍କ ସ୍ଥାନରେ ହକି ଇଣ୍ଡିଆ ଅଭିଜ୍ଞ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରାଙ୍କୁ ଦଳରେ ସ୍ଥାନ ମିଳିଛି। ଅଧିକ ପଢନ୍ତୁ...
![ଏଫଆଇଏଚ୍ ଅଲିମ୍ପିକ୍ କ୍ବାଲିଫାୟର୍ସ: ଆହତ କାରଣରୁ ବରୁଣ ବାଦ୍, ବୀରେନ୍ଦ୍ର ଲାକ୍ରା ସାମିଲ](https://etvbharatimages.akamaized.net/etvbharat/prod-images/768-512-4912184-thumbnail-3x2-birendra-lakra.jpg)
ସୋମବାର ଅଭ୍ୟାସ ସମୟରେ ବରୁଣ ଆହତ ହୋଇଥିଲେ। ତାଙ୍କ କାନ୍ଧ ଓ ଡାହାଣ-ବାଇସେପରେ ଆଘାତ ଲାଗିଥିଲା। ଆହତ ବରୁଣଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ କିଛି ସପ୍ତାହ ଲାଗିବ । ତାଙ୍କୁ ଏବେ ଆରାମ ଆବଶ୍ୟକ ବୋଲି ଦଳର ମୁଖ୍ୟ କୋଚ ଗ୍ରାହମ ରେଡ କହିଛନ୍ତି।
ଏଫଆଇଏଚ୍ ଅଲିମ୍ପିକ୍ କ୍ବାଲିଫାୟର୍ସ ପାଇଁ ଘୋଷିତ 18 ଜଣିଆ ପୁରୁଷ ଦଳରେ ପୂର୍ବରୁ ଜଣେ ମାତ୍ର ଓଡିଆ ଖେଳାଳି ଅମିତ ରୋହିଦାସ ସାମିଲ ଥିଲେ । ଏବେ ବୀରେନ୍ଦ୍ରା ଲାକ୍ରାଙ୍କୁ ଦଳରେ ସାମିଲ କରାଯାଇଛି। ନଭେମ୍ବର 1 ଓ 2 ତାରିଖରେ ଭାରତ ଋଷିଆ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଖେଳିବ । ସେହିପରି ଭାରତୀୟ ମହିଳା ଦଳ ୟୁଏସ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ।