ଓଡିଶା

odisha

ETV Bharat / sports

ଜୁନିଅର ହକି ବିଶ୍ବକପ ପାଇଁ ଭୁବନେଶ୍ବରରେ ପହଞ୍ଚିଲା ବେଲଜିୟମ ଟିମ - ଭୁବନେଶ୍ବରରେ ପହଞ୍ଚିଲା ବେଲଜିୟମ ଟିମ

ଜୁନିଅର ହକି ବିଶ୍ବକପ ପାଇଁ ଓଡିଶାରେ ପହଞ୍ଚିଲା ବେଲଜିୟମ ଟିମ । ଭବ୍ୟ ସ୍ବାଗତ ପରେ କଡା ସୁରକ୍ଷା ଭିତରେ ଖେଳାଳିଙ୍କୁ ହୋଟେଲକୁ ନିଆଯାଇଛି । ଅଧିକ ପଢନ୍ତୁ

belgium hockey team arrives in bhubaneswar for fih hockey Men's junior world cup
ଜୁନିଅର ହକି ବିଶ୍ବକପ ପାଇଁ ଭୁବନେଶ୍ବରରେ ପହଞ୍ଚିଲା ବେଲଜିୟମ ଟିମ

By

Published : Nov 16, 2021, 2:52 PM IST

Updated : Nov 16, 2021, 4:11 PM IST

ଭୁବନେଶ୍ବର: ଜୁନିଅର ହକି ବିଶ୍ବକପ ପାଇଁ ଓଡିଶାରେ ପହଞ୍ଚିଲା ବେଲଜିୟମ ଟିମ । ପୂର୍ବରୁ ଟିମ ଇଣ୍ଡିଆ ପହଞ୍ଚି ସାରିଥିବାବେଳେ ଅଭ୍ୟାସ ଜାରି ରଖିଛି । ଜୁନିଅର ହକି ବିଶ୍ବକପ 2021 ଚଳିତ ମାସ ୨୪ ତାରିଖରୁ ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ।

ଜୁନିଅର ହକି ବିଶ୍ବକପ ପାଇଁ ଭୁବନେଶ୍ବରରେ ପହଞ୍ଚିଲା ବେଲଜିୟମ ଟିମ

ବୁଧବାର ଆଉ 4ଟି ଟିମ ପହଞ୍ଚିବା ନେଇ ସୂଚୀ ରହିଛି । ସବୁ ଖେଳାଳିଙ୍କ ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭବ୍ୟ ସ୍ବାଗତ ପରେ କଡା ସୁରକ୍ଷା ଭିତରେ ଖେଳାଳିଙ୍କୁ ହୋଟେଲକୁ ନିଆଯାଇଛି ।

ତେବେ ବିନା ଦର୍ଶକରେ ଅନୁଷ୍ଠିତ ହେବ ଏହି ମେଗା ଟୁର୍ନାମେଣ୍ଟ FIH ଓଡିଶା ପୁରୁଷ ହକି ଜୁନିଅର ବିଶ୍ବକପ(Men’s Junior World Cup) । ଖେଳାଳି ଏବଂ ପ୍ରଶଂସକଙ୍କ ସୁରକ୍ଷା ପାଇଁ ସାମାଜିକ ଦୂରତା ଦିଗରେ କୋଭିଡ୍ ନିୟମର ପାଳନ କରାଯିବ। ପ୍ରଶଂସକମାନେ ସମସ୍ତ ମ୍ୟାଚ୍‌ର ଲାଇଭ୍ ପ୍ରସାରଣ ଦେଖିପାରିବେ ।

FIH ଓଡିଶା ପୁରୁଷ ହକି ଜୁନିଅର ବିଶ୍ବକପ ଭୁବନେଶ୍ବର 2021ରେ ମୋଟ 16ଟି ଦଳ ଅଂଶଗ୍ରହଣ କରିବେ। ଅଂଶଗ୍ରହଣକାରୀ ଦଳ ମଧ୍ୟରେ ଡିଫେଣ୍ଡିଂ ଚାମ୍ପିଅନ୍ ତଥା ଆୟୋଜକ ଭାରତ, ଆର୍ଜେଣ୍ଟିନା, ବେଲଜିୟମ, କାନାଡା, ଚିଲି, ଇଜିପ୍ଟ, ଫ୍ରାନ୍ସ, ଜର୍ମାନୀ, କୋରିଆ, ମାଲେସିଆ, ପାକିସ୍ତାନ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ୍, ନେଦରଲ୍ୟାଣ୍ଡ ଏବଂ ଆମେରିକା ଅନ୍ତର୍ଭୁକ୍ତ। ପାଞ୍ଚ ଦିନର ପୁଲ୍ ଷ୍ଟେଜ୍ ମ୍ୟାଚ୍ ପରେ ବର୍ଗୀକରଣ ମ୍ୟାଚ୍ 30 ନଭେମ୍ବରରୁ 1 ଡିସେମ୍ବରରେ ଖେଳାଯିବ କ୍ବାର୍ଟର-ଫାଇନାଲ୍, 3ରେ ସେମି ଫାଇନାଲ୍ ଏବଂ 5 ଡିସେମ୍ବରରେ ଟାଇଟଲ୍ ମୁକାବିଲା ଖେଳାଯିବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Nov 16, 2021, 4:11 PM IST

ABOUT THE AUTHOR

...view details