ଓଡିଶା

odisha

ETV Bharat / sports

Asian Hockey Champions Trophy: କୋରିଆ ବିପକ୍ଷରେ ଭାରତର ଅଭିଯାନ ଆରମ୍ଭ - ବାଂଲାଦେଶ ଗସ୍ତରେ ଭାରତୀୟ ହକି ଟିମ୍

ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ଭାରତୀୟ ପୁରୁଷ ହକି ଦଳର ଏସୀୟ ଚମ୍ପିଅନ୍ସ ଟ୍ରଫି(Asian Hockey Champions Trophy) ଆଜି(ମଙ୍ଗଳବାର)ଠୁ ଆରମ୍ଭ । ଅଧିକ ପଢନ୍ତୁ

Asian Hockey Champions Trophy: କୋରିଆ ବିପକ୍ଷରେ ଭାରତର ଅଭିଯାନ ଆରମ୍ଭ
Asian Hockey Champions Trophy: କୋରିଆ ବିପକ୍ଷରେ ଭାରତର ଅଭିଯାନ ଆରମ୍ଭ

By

Published : Dec 14, 2021, 12:51 PM IST

ଢାକା: ଆଜି(ମଙ୍ଗଳବାର) ଠାରୁ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ଭାରତୀୟ ପୁରୁଷ ହକି ଦଳର ଏସୀୟ ଚାମ୍ପିଅନ୍ସ ଟ୍ରଫି(Asian Hockey Champions Trophy) ଅଭିଯାନ ଆରମ୍ଭ । ଢାକାରେ ଖେଳାଯିବ ଏହି ମ୍ୟାଚ । ପ୍ରଥମ ମ୍ୟାଚରେ ଭାରତୀୟ ହକି ଟିମ୍ କୋରିଆକୁ ଭେଟିବ ।

ତେବେ ପୂର୍ବରୁ ଏହି ପ୍ରତିଯୋଗିତାକୁ ଭାରତ ୩ ଥର ଜିତି ଥିବାବେଳେ ଚଳିତ ମ୍ୟାଚ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । କୋରିଆ ବିପକ୍ଷରେ ଖେଳିବା ପରେ ଆସନ୍ତାକାଲି(ବୁଧବାର) ଆୟୋଜକ ବାଂଲାଦେଶକୁ ଭେଟିବ ଭାରତୀୟ ଟିମ୍ । ଏହାପରେ ୩ୟ ମ୍ୟାଚରେ ଭାରତ ନିଜର ଚିରପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟିବ ଏବଂ ୧୯ ରେ ଏସୀୟ କ୍ରୀଡା ବିଜେତା ଜାପାନକୁ ଭେଟିବ । ତେବେ ଏହି ମ୍ୟାଚର ସେମିଫାଇନାଲ ୨୧ ଏବଂ ଫାଇନାଲ ୨୨ ତାରିଖରେ ଖେଳାଯିବ ।

ମ୍ୟାଚ ନେଇ ଅଧିନାୟକ ମନପ୍ରୀତ ସିଂ କହିଛନ୍ତି ଯେ, ଟୋକିଓ ଅଲିମ୍ପିକ୍ସ ପରେ ଏହା ଆମର ପ୍ରଥମ ପ୍ରତିଯୋଗିତା । ଆମେ ଆମର ୧୦୦ ପ୍ରତିଶତ ଦେବାକୁ ଚେଷ୍ଟା କରିବୁ । ଏହି ମ୍ୟାଚରେ ଭଲ ଆରମ୍ଭ କଲେ ଆଗକୁ ମନୋବଳ ଦୃଢ ରହିବ । ଭବିଷ୍ୟତକୁ ନଜରରେ ରଖି ଏହି ପ୍ରତିଯୋଗିତାରେ ଅଧିକ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । ସେମାନେ ନିଜକୁ ପ୍ରମାଣ କରିବାକୁ ଚେଷ୍ଟା କରିବେ ।

ରେକର୍ଡ ଅନୁଯାୟୀ ଭାରତ ଏହି ପ୍ରତିଯୋଗିତାରେ ୩ ଥର ବିଜୟଲାଭ କରିଛି । ୨୦୧୧, ୨୦୧୬(ମାଲେସିଆର କୁଆଣ୍ଟନ) ଓ ୨୦୧୮(ଓମାନର ମସ୍କାଟ)ରେ ଟ୍ରଫି ଜିତିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details