ହାଇଦ୍ରାବାଦ: ରବିବାର ଏସିଆନ ଚମ୍ପିଆନ୍ସ ଟ୍ରଫି(Asian Champions Trophy)ରେ ଅଭିଯାନ ଆରମ୍ଭ କରିବ ଭାରତୀୟ ମହିଳା ହକି ଟିମ । ପ୍ରଥମ ମ୍ୟାଚ୍ରେ ଥାଇଲାଣ୍ଡକୁ ଭେଟିବ ଭାରତ । ବିଜୟରୁ ଆରମ୍ଭ ଲକ୍ଷ୍ୟ ଥିବା କହିଛନ୍ତି କ୍ୟାପଟେନ ତଥା ଗୋଲକିପର ସବିତା ପୁନିଆ । ଟୋକିଓ ଅଲମ୍ପିକ୍ ପରେ ପ୍ରଥମ ମ୍ୟାଚ୍ ଖେଳିବ ଭାରତୀୟ ମହିଳା ଟିମ ।
ଡିସେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଟୁର୍ନାମେଣ୍ଟ ଖେଳାଯିବା ନେଇ ସୂଚୀ ରହିଛି । ସିଙ୍ଗଲ୍ ପୁଲ୍ ପ୍ରତିଯୋଗିତାରେ ଚାଇନା, ଦକ୍ଷିଣ କୋରିଆ, ଜାପାନ, ଥାଇଲାଣ୍ଡ ଓ ମାଲେସିଆ ବିପକ୍ଷରେ ଖେଳିବ ଟିମ ଇଣ୍ଡିଆ । ପୁଲ୍ର ଦୁଇ ଶୀର୍ଷ ଟିମ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ ।
ଏହାମଧ୍ୟ ପଢନ୍ତୁ: Junior World Cup hockey: ଫ୍ରାନ୍ସ ବିପକ୍ଷରେ ବ୍ରୋଞ୍ଜ ମେଡାଲ ମ୍ୟାଚ୍ ଖେଳିବ ଭାରତ