ଭୁବନେଶ୍ବର: ଏସିଆନ ଚାମ୍ପିଅନ୍ସ ଟ୍ରଫି(Asian Champions Trophy) ପାଇଁ ଭାରତୀୟ ପୁରୁଷ ହକି ଟିମ ଶୁକ୍ରବାର ଢାକା ଅଭିମୁଖେ ଯାତ୍ରା କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ ଭାବେ ଖେଳିବ ଟିମ ଇଣ୍ଡିଆ । ଡିସେମ୍ବର ୧୪ରୁ ଏହି ମେଗା ହକି ଟୁର୍ଣ୍ଣାମେଣ୍ଟ ଖେଳଯିବା ନେଇ ସୂଚୀ ରହିଛି ।
ଟୋକିଓ ଅଲମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ ବିଜୟ ପ୍ରଦର୍ଶନ ପରେ ଏହା ଭାରତୀୟ ଟିମର ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହେବ । ୪୧ ବର୍ଷର ଅଲମ୍ପିକ୍ ପଦକ ମରୁଡି ଶେଷ କରିବା ସହ ଟୋକିଓରେ ଇତିହାସ ରଚିଥିଲା ହକି ଟିମ ଇଣ୍ଡିଆ ।
ହକି ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ମନପ୍ରୀତ ସିଂହ କହିଛନ୍ତି, "ଭୁବନେଶ୍ବରରେ ଟିମ ଟ୍ରେନିଂ କ୍ୟାମ୍ପ୍ରେ ଭଲ ପ୍ରସ୍ତୁତି କରିଛି । ଟୋକିଓ ଅଲମ୍ପିକ୍ରେ ଭଲ ପ୍ରଦର୍ଶନ ପରେ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ବଢିଛି ।"