ଭୁବନେଶ୍ବର:ସରିଲା ଜୁନିଅର ହକି ମହାକୁମ୍ଭ(Hockey Junior World cup) । ଗତ ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେଇଥିବା ଏହି ମହାକୁମ୍ଭର ଆଜି(ରବିବାର) ଫାଇନାଲ ମୁକାବିଲା ଆର୍ଜେଣ୍ଟିନା ଓ ଜର୍ମାନୀ ମଧ୍ୟରେ ଖେଳାଯାଇଥିଲା । ଫାଇନାଲ ମୁକାବିଲା ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ବିଶେଷ କରି ଚତୁର୍ଥ କ୍ବାର୍ଟରରେ ରୋମାଞ୍ଚ ଅଧିକ ବୃଦ୍ଧି ପାଇଥିଲା ।
୧୬ ବର୍ଷ ପରେ ଟାଇଟେଲ ଜିତିଲା ଆର୍ଜେଣ୍ଟିନା ଆର୍ଜେଣ୍ଟିନା ଆରମ୍ଭରୁ ଗୋଲ୍ କରିବା ସହ ଅଗ୍ରଣୀ ହାସଲ କରିଥିଲା ଓ ଜର୍ମାନୀ(Germany) ଉପରେ ଚାପ ସୃଷ୍ଟି କରିଥିଲା । ଫାଇନାଲ ମୁକାବିଲା ହୋଇଥିବାରୁ ଉଭୟ ଟିମ ଖୁବ ଯତ୍ନର ସହିତ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିଲେ ।
ଏହାମଧ୍ୟ ପଢନ୍ତୁ: Junior hockey World Cup: ବ୍ରୋଞ୍ଜ ମେଡାଲ ମ୍ୟାଚ୍ରେ ଭାରତ ନିରାଶ
ମ୍ୟାଚ୍ର ପ୍ରଥମ କ୍ବାର୍ଟର ଓ ଦ୍ଵିତୀୟ କ୍ବାର୍ଟରରେ ଗୋଟିଏ ଲେଖାଏଁ ଗୋଲ କରି ଜର୍ମାନୀକୁ ଚାପରେ ପକେଇଥିଲା ଆର୍ଜେଣ୍ଟିନା(Argentina) । ପରେ ଜର୍ମାନୀ ମଧ୍ୟ ଦ୍ଵିତୀୟାର୍ଦ୍ଧରେ ଜବରଦସ୍ତ କମବ୍ୟାକ କରିଥିଲା । ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ଗୋଲ୍ କରି ସ୍କୋର ବରାବର କରିଥିଲା ।
ପରବର୍ତ୍ତୀ ସମୟରେ ଅର୍ଜେଣ୍ଟିନା ପାଲଟା ଆକ୍ରମଣ କରି ଗୋଲ ସ୍କୋର କରି ୩-୨ ରେ ପୁନଃ ଲିଡ଼ କରିଥିଲା । ଆର୍ଜେଣ୍ଟିନା ତରଫରୁ ହ୍ୟାଟ୍ରିକ ଗୋଲ୍ କରିଥିଲେ ଲୋଟାରୋ ଡୋମେନ । ଜର୍ମାନୀ ତରଫରୁ ହେନର ଜୁଲିଅସ ଏବଂ ଫାନ୍ଦଟ ମେସି ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ଏହା ସହିତ ୧୬ ବର୍ଷର ବ୍ୟବଧାନ ପରେ ଆର୍ଜେଣ୍ଟିନା ଦ୍ଵିତୀୟ ଥର ଜୁନିଅର ହକି ବିଶ୍ବକପ ଟାଇଟଲ ହାତେଇଛି । ପ୍ରଥମ ଥର ୨୦୦୫ ସଂସ୍କରଣରେ ଚାମ୍ପିଅନ ହୋଇଥିଲା ଟିମ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ