ଭୁବନେଶ୍ବର:ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା FIH ଜୁନିଅର ପୁରୁଷ ହକି ବିଶ୍ବକପର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଶେଷ ହୋଇଛି । ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଫ୍ରାନ୍ସକୁ ପେନାଲିଟି ସୁଟଆଉଟ୍ରେ ହରାଇ ଆର୍ଜେଣ୍ଟିନା ଫାଇନାଲ(final)ରେ ପ୍ରବେଶ କରିଛି ।
୪ଟି କ୍ବାର୍ଟରରେ ଉଭୟ ଟିମ ଗୋଲ୍ କରିବାକୁ ସକ୍ଷମ ହୋଇନଥିଲେ ଓ ୦-୦ରେ ବରାବର ରହିଥିଲେ । ଫଳରେ ପେନାଲିଟି ସୁଟ୍ ଆଉଟ୍ ଦ୍ବାରା ମ୍ୟାଚ୍ର ଫଳାଫଳ ନିର୍ଣ୍ଣୟ ହୋଇଥିଲା ।