ଭୁବନେଶ୍ବର: ପୂର୍ବତଟ ରେଳପଥର ବରିଷ୍ଠ କ୍ରୀଡ଼ା ଅଧିକାରୀ ଭାବେ ଯୋଗ ଦେଲେ ଓଡ଼ିଆ ଅଲମ୍ପିଆନ ହକି ଖେଳାଳି ଅମିତ ରୋହିଦାସ। ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ପରାସ୍ତ କରି କାଂସ୍ୟ ପଦକ ଜିତିଛି ଭାରତୀୟ ଜାତୀୟ ପୁରୁଷ ହକି ଦଳ । ଏହି ଅଭିଯାନରେ ଭାରତୀୟ ଦଳର ଡିଫେଣ୍ଡର ଅମିତ ରୋହିଦାସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ତାଙ୍କୁ ବରିଷ୍ଠ କ୍ରୀଡ଼ା ଅଧିକାରୀ ଭାବରେ ପୂର୍ବତଟ ରେଳପଥରେ ନିଯୁକ୍ତି ଦିଆଯାଇଛି ।
ଏହାପୂର୍ବରୁ ଅମିତ ରୋହିଦାସ ପଶ୍ଚିମ ରେଳପଥ ମୁମ୍ବାଇରେ ଅଫିସର ଅନ ସ୍ପେଶାଲ ଡ୍ୟୁଟିର (sports)ପଦବୀରେ କାର୍ଯ୍ୟ କରୁଥିଲେ । ଭାରତୀୟ ହକି ଦଳ 40 ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି । ଶେଷଥର ପାଇଁ 1980 ମସ୍କୋ ଅଲିମ୍ପିକ୍ସରେ ପଦକ ହାସଲ କରିଥିବା ଭାରତୀୟ ହକି ଦଳ ।