ନୂଆଦିଲ୍ଲୀ: ସିନିୟର ମହିଳା ନ୍ୟାସନାଲ ହକି କ୍ୟାମ୍ପ୍ ସୋମବାର ଠାରୁ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ(SAI) ବେଙ୍ଗାଲୁରୁ କ୍ୟାମ୍ପ୍ରେ ଆରମ୍ଭ ହୋଇଛି । ଏଥିପାଇଁ ହକି ଇଣ୍ଡିଆ ୬୦ ଜଣ ଖେଳାଳିଙ୍କୁ ନାମ ଘୋଷଣା କରିଛି । ଘୋଷିତ ଖେଳାଳିଙ୍କ ମଧ୍ୟରେ ୮ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ, ଲିଲିମା ମିଞ୍ଜ୍, ଜୀବନ କିଶୋର ଟପ୍ପୋ, ରଶ୍ମିତା ମିଞ୍ଚ, ଦିପ୍ରୀ ଲାକ୍ରା, ମାରିଆନ କୁଜୁର, ଆଜମିନା କୁଜୁର ।
ଏହାମଧ୍ୟ ପଢନ୍ତୁ: ଜାତୀୟ ପାରା-ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଉଦଯାପିତ
ସଦ୍ୟ ସମାପ୍ତ ଏକାଦଶତମ ସିନିୟର ମହିଳା ନ୍ୟାସନାଲ ଚାମ୍ପିଅନସିପ୍ ୨୦୨୧, ପ୍ରଥମ ହକି ଇଣ୍ଡିଆ ସିନିୟର ମହିଳା ଆନ୍ତଃବିଭାଗ (inter-department) ନ୍ୟାସନାଲ ଚାମ୍ପିଅନସିପ ୨୦୨୧ ଓ ଅନ୍ୟ ହକି ଇଣ୍ଡିଆ ଘରୋଇ ଇଭେଣ୍ଟରେ ପ୍ରଦର୍ଶନ ଆଧାରରେ ଏହି ଖେଳାଳିଙ୍କ ଚୟନ ହୋଇଛି ।
ଘୋଷିତ ୬୦ ଜଣିଆ ଖେଳାଳି ତାଲିକାରେ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ପାଇଁ ସିନିୟର ମହିଳା ଖେଳାଳିଙ୍କୁ ସ୍ଥାନ ମିଳଛି । ଏଥିସହିତ ଜୁନିୟର ମହିଳା ଟିମର ଖେଳାଳିକୁ ମଧ୍ୟ ସ୍ଥାନ ମିଳିଛି । ମହିଳା ଏସିଆ କପ୍ ୨୦୨୨ ଓ ଅନ୍ୟ ମେଗା ଟୁର୍ନାମେଣ୍ଟ ପାଇଁ SAI ବେଙ୍ଗାଲୁରୁ କ୍ୟାମ୍ପ୍ରେ ପ୍ରସ୍ତୁତି କରିବ ମହିଳା ହକି ଖେଳାଳି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ