ଓଡିଶା

odisha

ETV Bharat / sports

ଅକ୍ଟୋବର ୨୦ରୁ ଏକାଦଶତମ ଜାତୀୟ ଜୁନିଅର ମହିଳା ହକି ଚମ୍ପିଆନସିପ୍‌

ଏକାଦଶତମ ଜାତୀୟ ମହିଳା ଜୁନିଅର ହକି ଚମ୍ପିଆନସିପ ଅକ୍ଟୋବର ୨୦ରୁ ଝାଡଖଣ୍ଡର ସିମଡେଗାରେ ଆରମ୍ଭ ହେବ । ଏହି ପ୍ରତିଯୋଗିତା ଅକ୍ଟୋବର ୨୯ ପର୍ଯ୍ୟନ୍ତ ଖେଳାଯିବାକୁ ଥିବାବେଳେ ୨୭ଟି ରାଜ୍ୟ ଅଂଶଗ୍ରହଣ କରିବେ । ଅଧିକ ପଢନ୍ତୁ...

By

Published : Oct 18, 2021, 8:10 PM IST

National Junior Women Hockey
ଅକ୍ଟୋବର ୨୦ରୁ ଏକାଦଶତମ ଜାତୀୟ ଜୁନିଅର ମହିଳା ହକି ଚମ୍ପିଆନସିପ୍‌

ରାଞ୍ଚି: ଏକାଦଶତମ ଜାତୀୟ ମହିଳା ଜୁନିଅର ହକି ଚମ୍ପିଆନସିପ ଅକ୍ଟୋବର ୨୦ରୁ ଝାଡଖଣ୍ଡର ସିମଡେଗାରେ ଆରମ୍ଭ ହେବ । ଏହି ପ୍ରତିଯୋଗିତା ଅକ୍ଟୋବର ୨୯ ପର୍ଯ୍ୟନ୍ତ ଖେଳାଯିବାକୁ ଥିବାବେଳେ ୨୭ଟି ରାଜ୍ୟ ଅଂଶଗ୍ରହଣ କରିବେ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରତିଯୋଗିତାର ଉଦ୍‌ଘାଟନ କରିବା ନେଇ ସୂଚୀ ରହିଛି । ସମାନ ଦିନ ସିମଡେଗା ଓ ଝାଡଖଣ୍ଡର ଅନ୍ୟ ଜିଲ୍ଲା ଖୁଣ୍ଟିରେ ହକିର ନୂଆ ଏଷ୍ଟ୍ରୋଟର୍ଫ ଷ୍ଟାଡିୟମର ଭିତ୍ତିପ୍ରସ୍ତର ମଧ୍ୟ ରଖିବେ ।

ହକି ଝାଡଖଣ୍ଡର ଭୋଳାନାଥ ସିଂହଙ୍କ ସୂଚନା ଅନୁଯାୟୀ, ବିଭିନ୍ନ ରାଜ୍ୟର ପ୍ରାୟ ୫୦୦ରୁ ଅଧିକ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ସମସ୍ତ ମ୍ୟାଚ୍‌ର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ ଚ୍ୟାନେଲ୍‌ରେ ହେବ । ଉଦ୍‌ଘାଟନୀ ମ୍ୟାଚ୍‌ ଆୟୋଜକ ଝାଡଖଣ୍ଡ ଓ ତାମିଲନାଡୁ ମଧ୍ୟରେ ଖେଳାଯିବ । ଏହି ଦିନ କର୍ଣ୍ଣାଟକ ବନାମ ବେଙ୍ଗଲ, ପଞ୍ଜାବ ବନାମ ଲକ୍ଷଦୀପ ପୁଡୁଚେରୀ ଓ ଅସାମ ବନାମ ରାଜସ୍ଥାନ ମଧ୍ୟରେ ମଧ୍ୟ ମ୍ୟାଚ୍‌ ଖେଳାଯିବ ।

ସମସ୍ତ ଟିମ ଗୁଡିକୁ ୮ଟି ପୁଲ୍‌ରେ ବିଭକ୍ତ କରାଯାଇଛି । ପୁଲ୍‌ ଏ'ରେ ଝାଡଖଣ୍ଡ ସହିତ କେରଳ, ତାମିଲନାଡୁ, ପୁଲ୍‌ ବି'ରେ ହରିୟାଣା, ଆସାମ, ରାଜସ୍ଥାନ, ପୁଲ୍‌ ସି'ରେ ମୀଜୋରାମ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ରହିଛନ୍ତି ।

ପୁଲ୍‌ ଡି'ରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣୀପୁର ଟିମ ରହିଛି । ପୁଲ୍‌ ଇ'ରେ ମହାରାଷ୍ଟ୍ର, ଦିଲ୍ଲୀ ଓ ଗୁଜୁରାଟ, ପୁଲ୍‌ ଏଫ୍‌'ରେ ଚଣ୍ଡିଗଡ, ଗୋଆ, ଜମ୍ମୁ ଓ କାଶ୍ମୀର, ପୁଲ୍‌ ଜି'ରେ ଓଡିଶା, ଛତିଶଗଡ, ହିମାଚଳ, ମଧ୍ୟପ୍ରଦେଶ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details