ନୂଆଦିଲ୍ଲୀ: 2022 ମହିଳା ଏସିଆନ କପର ଆୟୋଜକ ରହିଛି ଭାରତ । ଏହି ହାଇଭୋଲଟେଜ ଟୁର୍ଣ୍ଣାମେଣ୍ଟ ନେଇ ବଡ ବୟାନ ଦେଇଛନ୍ତି ଷ୍ଟାର ଷ୍ଟ୍ରାଇକର ବାଲା ଦେବୀ ।
'2022 ମହିଳା ଏସିଆନ କପ, ଭାରତ ପାଇଁ ବଡ ପରୀକ୍ଷା' - Bala devi on Womens Asian Cup
2022 ମହିଳା ଏସିଆନ କପର ଆୟୋଜକ ରହିଛି ଭାରତ । ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଦଳ ପାଇଁ ବଡ ପରୀକ୍ଷା ହେବ ବୋଲି କହିଛନ୍ତି ବାଲାଦେବୀ ।
ଶ୍ରେଷ୍ଠ ଏସିଆନ ଦେଶର ଟିମ ସହ ଟିମ ଇଣ୍ଡିଆର ଲଢେଇ ହେବ । ଘରୋଇ ପରିବେଶରେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବ ମହିଳା ଭାରତୀୟ ଦଳ । ଏହା ଏକ ବଡ ସୁଯୋଗ ଓ ସମ୍ମାନର କଥା ବୋଲି କହିଛନ୍ତି ବାଲାଦେବୀ । ଏଥିସହିତ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଦଳ ପାଇଁ ବଡ ପରୀକ୍ଷା ହେବ ବୋଲି ସେ କହିଛନ୍ତି । ଷ୍ଟ୍ରାଇକର ବାଲାଦେବୀଙ୍କ ଏହି ବୟାନ ଏସିଆନ ଫୁଟବଲ ଫେଡେରେସନ ଅଫିସିଆଲ ୱେବସାଇଟରେ ସ୍ଥାନ ପାଇଛି ।
1980 ପରେ ଦ୍ବିତୀୟ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି ଭାରତ । ପ୍ରଥମ ଥର କୋଝିକୋଡରେ ଖେଳାଯାଇଥିଲା । FIFA 17 ବର୍ଷରରୁ କମ ମହିଳା ବିଶ୍ବକପର ଆୟୋଜକ ମଧ୍ୟ ରହିଛି ଭାରତ । 2021 ଫେବୃଆରୀ 17ରୁ ମାର୍ଚ୍ଚ 7 ପର୍ଯ୍ୟନ୍ତ ଜୁନିୟର ଫୁଟବଲ ବିଶ୍ବକପର ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ସୂଚୀ ରହିଛି ।