ଓଡିଶା

odisha

ETV Bharat / sports

‘ଜୟରାଜ ଓ ଫେନିକ୍ସଙ୍କ ସହ ଯାହା ଘଟିଲା ତାହା ଗ୍ରହଣ ଯୋଗ୍ୟ ନୁହେଁ’ - ଫେନିକ୍ସ

ତାମିଲନାଡୁରେ ହୋଇଥିବା ହାଜତ ମୃତ୍ୟୁକୁ ନେଇ ମର୍ମାହତ ସୁନୀଲ ଛେତ୍ରୀ । ଜୟରାଜ ଓ ଫେନିକ୍ସଙ୍କ ପାଇଁ ନ୍ୟାୟ ମାଗିବା ସହ କହିଲେ ଯାହା ଘଟିଛି ଗ୍ରହଣୀୟ ନୁହେଁ । ଅଧିକ ପଢ଼ନ୍ତୁ...

Jeyaraj & Fenix, What happened is beyond acceptable, indian football captain sunil Chhetri, ଜୟରାଜ ଓ ଫେନିକ୍ସଙ୍କ ସହ ଯାହା ଘଟିଲା ତାହା ଗ୍ରହଣ ଯୋଗ୍ୟ ନୁହେଁ, ଜୟରାଜ, ଫେନିକ୍ସ, ସୁନୀଲ ଛେତ୍ରୀ
‘ଜୟରାଜ ଓ ଫେନିକ୍ସଙ୍କ ସହ ଯାହା ଘଟିଲା ତାହା ଗ୍ରହଣ ଯୋଗ୍ୟ ନୁହେଁ’

By

Published : Jun 29, 2020, 7:36 PM IST

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଦୋକାନୀ ପି ଜୟରାଜ ଏବଂ ତାଙ୍କ ପୁଅ ଜେ.ଫେନିକ୍ସଙ୍କ ପାଇଁ ନ୍ୟାୟ ମାଗିଛନ୍ତି । ଛେତ୍ରୀ କହିଛନ୍ତି ଯେ ତାମିଲନାଡୁରେ ବାପା ପୁଅଙ୍କ ସହ ଯାହା ଘଟିଲା ତାହା କଦାପି ଗ୍ରହଣୀୟ ନୁହେଁ ।

ଟୁଟିକୋରିନ ଜିଲ୍ଲାର ସାଥାନକୁଲମ ପୋଲିସ ଦ୍ବାରା ଜୁନ 19ରେ କଟକଣା ସତ୍ତ୍ବେ ମୋବାଇଲ ଦୋକାନ ଅଧିକ ସମୟ ଖୋଲା ରଖିଥିବାରୁ ଜୟରାଜ ଓ ପେନିକ୍ସଙ୍କୁ ହେପାଜତକୁ ନିଆଯାଇଥିଲା । ସେମାନଙ୍କୁ ନ୍ୟାୟିକ ହେପାଜତରେ ରିମାଣ୍ଡରେ ନିଆଯାଇଥିଲା ଏବଂ ଜୁନ 21ରେ କୋଭିଲପାଟୀ ଜେଲରେ ରଖାଯାଇଥିଲା।

22 ଜୁନ ରାତିରେ ଜୟରାଜଙ୍କର ଏବଂ 23 ଜୁନ ସକାଳେ ତାଙ୍କ ପୁଅ ଫେନିକ୍ସଙ୍କର ନ୍ୟାୟିକ ହେପାଜତରେ ମୃତ୍ୟୁ ହୋଇଥଲା । ତେବେ ତାଙ୍କ ପରିବାର ଅଭିଯୋଗ କରିଛି ଯେ ପୋଲିସର ଅତ୍ୟାଚାର ଯୋଗୁଁ ଉଭୟଙ୍କର ମୃତ୍ୟୁ ହୋଇଛି ।

ଛେତ୍ରୀ ଟ୍ବିଟ କରି କହିଛନ୍ତି, ‘ଜୟରାଜ ଏବଂ ଫେନିକ୍ସଙ୍କ ସହ ଯାହା ଘଟିଛି ତାହା ଗ୍ରହଣୀୟ ନୁହେଁ । କୌଣସି ଜିନିଷ ସେମାନଙ୍କୁ ସେମାନଙ୍କ ଜୀବନ ଫେରାଇ ଦେବ ନାହିଁ, କିନ୍ତୁ ନ୍ୟାୟ ଏକ ଉଦାହରଣ ସୃଷ୍ଟି କରିବା ଉଚିତ। #JeyarajandFenix’’ ।

ଏହାପୂର୍ବରୁ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ବିନ ଏବଂ ଶିଖର ଧୱନ ମଧ୍ୟ ଏହି ନିର୍ଦ୍ଦୟ ହତ୍ୟାକୁ ନିନ୍ଦା କରିଥିଲେ ଏବଂ ପରିବାର ପାଇଁ ନ୍ୟାୟ ଦାବି କରିଥିଲେ।

@IANS

ABOUT THE AUTHOR

...view details