ଓଡିଶା

odisha

ETV Bharat / sports

ମହିଳା ଫୁଟବଲ ବିଶ୍ବକପ 2023ର ଭେନ୍ୟୁ ଘୋଷଣା - FIFA announces hosts cities

ଇଡେନ ପାର୍କ ଅକଲାଣ୍ଡରେ ଜୁଲାଇ 10ରେ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ ଓ ଅଗଷ୍ଟ 20ରେ ସିଡନୀର ଅଷ୍ଟ୍ରେଲିଆ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ । ଅଧିକ ପଢନ୍ତୁ...

Watch: FIFA announces hosts cities and stadiums for Women's World Cup 2023
ମହିଳା ଫୁଟବଲ ବିଶ୍ବକପ 2023ର ଭେନ୍ୟୁ ଘୋଷଣା

By

Published : Apr 1, 2021, 7:27 PM IST

ଜୁରିଚ(ସ୍ବିଜରଲାଣ୍ଡ): ମହିଳା ଫୁଟବଲ ବିଶ୍ବକପ 2023 ପାଇଁ ଘୋଷଣା ହୋଇଛି ଭେନ୍ୟୁ । ଫୁଟବଲର ସର୍ବୋଚ୍ଚ ପରିଚାଳନା ପରିଷଦ, FIFA ଗୁରୁବାର ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର 9ଟି ଆୟୋଜକ ସହରର 10ଟି ଷ୍ଟାଡିୟମର ନାମ ଘୋଷଣା କରିଛି । ଏହି ମେଗା ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଘୋଷିତ 10ଟି ଷ୍ଟାଡିୟମରେ ଖେଳାଯିବ ।

FIFA ମହିଳା ବିଶ୍ବକପ 2023ର ଆୟୋଜକ ସହର ଓ ଷ୍ଟାଡିୟମ:

ଆଡିଲେଡ-ହିନ୍ଦମାର୍ସ ଷ୍ଟାଡିୟମ, ଅକଲାଣ୍ଡ/ତମାକି ମାକାଉରାଉ- ଇଡେନ ପାର୍କ, ବ୍ରିସବେନ- ବ୍ରିସବେନ ଷ୍ଟାଡିୟମ, ଦୁନେଦିନ/ ଓଟେପୋଟି-ଦୁନେଦିନ ଷ୍ଟାଡିୟମ, ହାମିଲଟନ/ କିରିକିରିରୋଆ- ୱଇକାଟୋ ଷ୍ଟାଡିୟମ, ମେଲବର୍ଣ୍ଣ- ମେଲବର୍ଣ୍ଣ ରେକ୍ଟାଙ୍ଗୁଲାର ଷ୍ଟାଡିୟମ, ପର୍ଥ- ପର୍ଥ ରେକ୍ଟାଙ୍ଗୁଲାର ଷ୍ଟାଡିୟମ, ସିଡନୀ- ଷ୍ଟାଡିୟମ ଅଷ୍ଟ୍ରେଲିଆ ଓ ସିଡନୀ ଫୁଟବଲ ଷ୍ଟାଡିୟମ, ୱେଲିଂଟନ/ ଟେ ୱାଙ୍ଗାନୁଇ-ଏ-ଟାରା- ୱେଲିଂଟନ ଷ୍ଟାଡିୟମ ।

ଇଡେନ ପାର୍କ ଅକଲାଣ୍ଡରେ ଜୁଲାଇ 10ରେ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ । ସେହିପରି ସିଡନୀର ଅଷ୍ଟ୍ରେଲିଆ ଷ୍ଟାଡିୟମରେ ଅଗଷ୍ଟ 20ରେ ଫାଇନାଲ ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details