ଭାଲେନସିଆ: ମହାମାରୀ କୋରୋନା ଭାଇରସରେ ପ୍ରଭାବିତ ସାରା କ୍ରୀଡାଜଗତ । ବ୍ୟାଡମିଣ୍ଟନ, ଫୁଟବଲ, ଟେନିସ କ୍ରିକେଟ ସମେତ ବିଶ୍ବର ପ୍ରାୟ କ୍ରୀଡା ଇଭେଣ୍ଟ ବାାତିଲ କିମ୍ବା ସ୍ଥଗିତ ରହିଛି।ଫଳରେ ଏକାଧିକ କ୍ରୀଡା ବୋର୍ଡ ଆର୍ଥିକ ପରିଚାଳନା ନେଇ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ଭାଲେନସିଆ ଫୁଟବଲ କ୍ଳବ ନିଜର ଖେଳାଳିଙ୍କ ଦରମା କାଟ ନେଇ ଘୋଷଣା କରିଛି ।
ଫୁୁଟବଲ କ୍ଲବରେ ଆର୍ଥିକ ସଙ୍କଟ, ଭାଲେନସିଆ ଖେଳାଳିଙ୍କ ଦରମା କାଟ - କୋରୋନା ଭାଇରସରେ ପ୍ରଭାବିତ କ୍ରୀଡାଜଗତ
ମହାମାରୀ କୋରୋନା ଭାଇରସରେ ପ୍ରଭାବିତ ସାରା କ୍ରୀଡାଜଗତ । ଆର୍ଥିକ ପରିଚାଳନାରେ ପ୍ରଭାବିତ ଭାଲେନସିଆ ଫୁଟବଲ କ୍ଳବ ନିଜର ଖେଳାଳିଙ୍କ ଦରମା କାଟ ନେଇ ଘୋଷଣା କରିଛି ।
![ଫୁୁଟବଲ କ୍ଲବରେ ଆର୍ଥିକ ସଙ୍କଟ, ଭାଲେନସିଆ ଖେଳାଳିଙ୍କ ଦରମା କାଟ Valencia CF players take pay cut amid coronavirus pandemic](https://etvbharatimages.akamaized.net/etvbharat/prod-images/768-512-6879475--thumbnail-3x2-jj.jpg)
କୋରୋନା ଭାଇରସ: ଭାଲେନସିଆ ଫୁଟବଲ କ୍ଳବ ଖେଳାଳିଙ୍କ ଦରମା କାଟ
ବୋର୍ଡର ଆର୍ଥିକ ସଙ୍କଟ ସମୟରେ କୋଚିଂ ଷ୍ଟାଫ, ଖେଳାଳି, କର୍ମଚାରୀଙ୍କୁ ସହଯୋଗ କରିବାକୁୁ କୁହାଯାଇଛି । ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡରେ ମଧ୍ୟ ଆର୍ଥିକ ସଙ୍କଟ ଦେଖାଦେଇଛି । ଖୁବଶ୍ରୀଘ୍ର ବୋର୍ଡ ପକ୍ଷରୁ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଦରମା କାଟ ନେଇ ଘୋଷଣା ହେବାର ସମ୍ଭାବନା ରହିଛି ।