ଭୁବନେଶ୍ବର: ଆସନ୍ତା ବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଛି 17 ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ । ସାରା ଦେଶରେ 5ଟି ଭେନ୍ୟୁରେ ହେବାକୁ ଥିବା ଏହି ମେଗା ଇଭେଣ୍ଟ ପାଇଁ ଭୁବନେଶ୍ବର ଅନ୍ୟତମ ଭେନ୍ୟୁ ହେବାର ଫିଫା ପକ୍ଷରୁ ସ୍ବୀକୃତି ମିଳିଛି।
ଏହି ପରିପ୍ରେକ୍ଷୀରେ ଫିଫା ପକ୍ଷରୁ ଏକ ଟିମ ଭୁବନେଶ୍ବର ଷ୍ଟାଡିୟମ ପରିଦର୍ଶନ କରିବା ସହିତ ଭିତ୍ତିଭୂମିର ତଦାରଖ କରିଛନ୍ତି । ଏହି ଅବସରରେ ଫିଫା ବିଶ୍ବକପ ଆୟୋଜନ କମିଟିର ସଦସ୍ୟ ଓଲିଭର ଭଗ ଓଡିଶା ସରକାରଙ୍କ ପକ୍ଷରୁ କାର୍ଯ୍ୟର ସମୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଓଡିଶା ସରକାର ପୂର୍ବରୁ ଅନେକ ଗୁଡିଏ ଆନ୍ତର୍ଜାତିକ ମ୍ୟାଚ ଆୟୋଜନ କରି ସଫଳତା ପାଇଥିବା ବେଳେ ଏହି ସରକାରଙ୍କ ଖେଳ ପ୍ରତି ଉତ୍ସାହ ଓ ଭିତ୍ତିଭୂମିର ସଫଳ ଆୟୋଜନ ରାଜ୍ୟ ପାଇଁ ସଫଳତାର ନୂଆ ଦିଗ ସୃଷ୍ଟି କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଓଲିଭର ।