ଓଡିଶା

odisha

ETV Bharat / sports

ଉନ୍ମୋଚିତ ହେଲା ଅଣ୍ଡର-17 ମହିଳା ବିଶ୍ବକପ ଲୋଗୋ - କେନ୍ଦ୍ର କ୍ରୀଡାମନ୍ତ୍ରୀ

ମୁମ୍ବାଇର ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆରେ ଅଣ୍ଡର-17 ମହିଳା ଫିଫା ବିଶ୍ବକପର ଲୋଗୋ ଉନ୍ମୋଚନ । ଆସନ୍ତାବର୍ଷ ନଭେମ୍ବର 2ରୁ 21 ଯାଏଁ ମହିଳା ଫିଫା ବିଶ୍ବକପ ଭାରତରେ ଆୟୋଜିତ ହେବ ।

Fifa

By

Published : Nov 3, 2019, 1:20 PM IST

ମୁମ୍ବାଇ: ଭାରତରେ ଆସନ୍ତାବର୍ଷ ଆୟୋଜିତ ହେବ ଅଣ୍ଡର-17 ମହିଳା ଫିଫା ବିଶ୍ବକପ । ତେବେ ଗତକାଲି ମୁମ୍ବାଇର ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆ ଠାରେ ଟୁର୍ଣ୍ଣାମେଣ୍ଟର ଲୋଗୋକୁ ଉନ୍ମୋଚନ କରାଯାଇଛି ।

ଫଟୋ ସୌଜନ୍ୟ:ସୋସିଆଲମିଡିଆ@IndianFootball


ଏହି ଅବସରରେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ, ଫିଫାର ମୁଖ୍ୟ ମହିଳା ଫୁଟବଲ ଅଧିକାରୀ ସେରାଇ ବାରେମନ, ଏଲଓସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲଙ୍କ ସମେତ 2ଥର ବିଶ୍ବକପ ବିଜେତା ଆମେରିକା ଦଳର କ୍ରିଷ୍ଟନ ଲିଲି ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଫିଫା ଅଣ୍ଡର-17 ଫିଫା ବିଶ୍ବକପ


ସୂଚନାଥାଉକି, ଭାରତ ଏହା ପୂର୍ବରୁ 2017ରେ ଅଣ୍ଡର-17 ପୁରୁଷ ବିଶ୍ବକପର ସଫଳ ଆୟୋଜନ କରିଥିଲା । ଆସନ୍ତାବର୍ଷ ନଭେମ୍ବର 2ରୁ 21 ଯାଏଁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେବ। ତେବେ ଆୟୋଜକ ଦଳ ହିସାବରେ ଭାରତକୁ ଟୁର୍ଣ୍ଣାମେଣ୍ଟରେ ସିଧାସଳଖ ପ୍ରବେଶ ମିଳିବ ।

ତେବେ ଆମେରିକା କ୍ରିଷ୍ଟନ ଲିଲି କହିଛନ୍ତି ଯେ, ଆପଣମାନେ 2ବର୍ଷ ପୂର୍ବେ ଅଣ୍ଡର-17 ପୁରୁଷ ବିଶ୍ବକପର ସଫଳ ଆୟୋଜନ କରିଥିଲ । ଏବେ ମହିଳା ବିଶ୍ବ କପ ଆୟୋଜନ କରୁଛ । ଆପଣମାନେ ଷ୍ଟାଡିୟମରେ ସିଟ୍‌ ଭରନ୍ତୁ ଓ ମହିଳା ଖେଳାଳିଙ୍କ ସମର୍ଥନ କରନ୍ତୁ ।

ABOUT THE AUTHOR

...view details