ଓଡିଶା

odisha

ଅଣ୍ଡର 17 ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ: ଥାଇଲାଣ୍ଡକୁ ହରାଇ ଫାଇନାଲରେ ଭାରତ

By

Published : Dec 17, 2019, 11:33 PM IST

ଅଣ୍ଡର-17 ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇଲାନରେ ଭାରତୀୟ ଦଳ । ଭାରତ ଥାଇଲାଣ୍ଡକୁ 1-0 ଗୋଲ୍‌ରେ ମାତ୍‌ ଦେଇ ଫାଇନାଲରେ ପ୍ରବେଶ କରିଛି ।

football
football

ମୁମ୍ବାଇ: ଅଣ୍ଡର 17 ଭାରତୀୟ ମହିଳା ଫୁଟବଲ୍‌ ଦଳଙ୍କ ସାନ୍‌ଦାର ପ୍ରଦର୍ଶନ । ଅଣ୍ଡର-17 ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ ଥାଇଲାଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଭାରତର କୃତିନା ଦେବୀ ଶେଷ ମୁହୁର୍ତ୍ତରେ ବିପକ୍ଷ ଗୋଲପୋଷ୍ଟରେ ଗୋଲ କରିଥିଲେ । ଫଳରେ 1-0 ଗୋଲରେ ଥାଇଲାଣ୍ଡକୁ ମାତ୍‌ ଦେଇଛି ଭାରତୀୟ ଟିମ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@IndianFootball

ତେବେ ଗୁରୁବାର ଦିନ ଭାରତ-ସ୍ବିଡେନ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ସୂଚନାଥାଉକି, ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବରେ ସ୍ବିଡେନକୁ 3-0ରେ ପରାସ୍ତ କରିଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@IndianFootball

ତେବେ ଆଜିର ମ୍ୟାଚରେ ଭାରତ ପକ୍ଷରୁ କୃତିକା 90+1ମିନିଟ୍‌ରେ ଗୋଲ କରିଥିଲେ ।

ଅଣ୍ଡର-17 ଭାରତୀୟ ମହିଳା ଫୁଟବଲ ଟିମ

ABOUT THE AUTHOR

...view details