କୋଲକତା: ପଶ୍ଚିମବଙ୍ଗର କଲ୍ୟାଣୀ ଷ୍ଟାଡିୟମରେ ଚାଲିଥିବା ସାଫ୍ ଅଣ୍ଡର-15 ପ୍ରତିଯୋଗିତାରେ ଭାରତୀୟ ଫୁଟବଲ ଦଳ ବେଶ୍ ଦମ୍ଦାର ପ୍ରଦର୍ଶନ କରି ଫାଇନାଲ୍ରେ ପ୍ରବେଶ କରିଛି । ତେବେ ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଭାରତ- ନେପାଳ ମୁହାଁମୁହିଁ ହେବେ ।
ସାଫ୍ ଅଣ୍ଡର-15 ଫାଇନାଲ୍ରେ ଭାରତ-ନେପାଳ ମୁହାଁମୁହିଁ - india
ସାଫ୍ ଅଣ୍ଡର-15 ପ୍ରତିଯୋଗିତା ଫାଇନାଲ୍ରେ ମୁହାଁମୁହିଁ ହେବେ ଭାରତ-ନେପାଳ ।

ଭିଡିଓ ସୌଜନ୍ୟ: ଟ୍ବିଟର@IndianFootball
ଭାରତ ତା'ର ଶେଷ ଲିଗ୍ ମ୍ୟାଚରେ 4-0 ଗୋଲ୍ରେ ବାଂଲାଦେଶକୁ ପରାସ୍ତ କରିଛି । ସେହିପରି ନେପାଳ ତା'ର ଶେଷ ଲିଗ୍ ମ୍ୟାଚରେ ଭୁଟାନକୁ 6-0ରେ ପରାସ୍ତ କରିଛି। ତେବେ ପଏଣ୍ଟ ଟେବୁଲ୍ର ଶୀର୍ଷରେ ଭାରତ ଥିବା ବେଳେ 2ୟ ସ୍ଥାନରେ ନେପାଳ ରହିଛି ।