କଟକ: ସିନିୟର ଜାତୀୟ ମହିଳା ଫୁଟବଲ୍ ଦଳ ପାଇଁ ଚୟନ ହେଲେ ଦୁଇ ଓଡ଼ିଆ ଖେଳାଳି । ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ପକ୍ଷରୁ ପ୍ୟାରୀ ଖାଖା ଓ ମନୀଷା ପାନାଙ୍କୁ ଜାତୀୟ ଦଳରେ ଚୟନ କରାଯାଇଛି । ଗତକାଲି(ସୋମବାର) ଘୋଷଣା ହୋଇଥିବା ୨୩ ଜଣିଆ ଭାରତୀୟ ମହିଳା ଫୁଟବଲ୍ ଦଳ ପାଇଁ ଉଭୟ ଚୟନ ହୋଇଛନ୍ତି ।
ଆସନ୍ତା ମହିଳା ଏସିଆ କପ ପୂର୍ବରୁ ୟୁଏଇ ଓ ବାହାରିନରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ଏହି ଦୁଇ ଖେଳାଳି ଜାତୀୟ ଦଳରେ ସ୍ଥାନ ପାଇଛନ୍ତି । ଆସନ୍ତା ୩୦ ରୁ ଏହି ଦଳ ଝାଡଖଣ୍ଡରେ ଚାଲିଥିବା ଜାତୀୟ ଶିବିରରୁ ୟୁଏଇ ଗସ୍ତ କରିବେ । ସେଠାରେ ଅକ୍ଟୋବର ୨ ରେ ୟୁଏଇ ଏବଂ ଏହାର ଦୁଇ ଦିନ ପରେ ଟ୍ୟୁନିସିଆ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ ।