ହାଇଦ୍ରାବାଦ: ଭାରତରେ କ୍ଳବ ଫୁଟବଲର ପରମ୍ପରା ବେଶ ପୁରୁଣା । ଏହି ପରମ୍ପରା ଭାରତରେ ଇଂରେଜମାନଙ୍କ ଶାସନକାଳରୁ ରହିଛି । ବିଶେଷ କରି କୋଲକାତାରେ ଭାରତୀୟ ଫୁଟବଲର ପ୍ରଥମ ଗୋଲପୋଷ୍ଟର ମୂଳଦୁଆ ପଡିଥିଲା । 1872ରେ କୋଲକାତା ଫୁଟବଲ କ୍ଳବ ରୂପେ ଭାରତରେ ଫୁଟବଲର ଅଧ୍ୟାୟ ଆରମ୍ଭ ହୁଏ ଓ ପରେ ଏହା ଦେଶ ତମାମ ଗ୍ରହଣୀୟତା ଲାଭ କରେ ।
ପ୍ରଥମେ ପ୍ରଥମେ ଏହା ବ୍ରିଟିସ ରେଜିମେଣ୍ଟାଲ ଫୋର୍ସ ଓ ଭାରତୀୟ ଫୁଟବଲ ଫ୍ୟାନ୍ସଙ୍କ ମଧ୍ୟରେ ଖେଳାଯାଉଥିଲା । ଏହାପରେ ବର୍ଷ 1893ରେ ଫୁଟବଲ ପରିଚାଳନା ପାଇଁ ଜାତୀୟ ଫୁଟବଲ ପରିଚାଳନା ବୋର୍ଡ, ଭାରତୀୟ ଫୁଟବଲ ଆସୋସିଏସନର ଗଠନମ ହୁଏ । ତେବେ ବର୍ଷ 1937ରେ ଏହା ଅଲଇଣ୍ଡିଆନ ଫୁଟବଲ ଫେଡେରେସନ ରୂପେ ନୂଆ ନାମକରଣ ହୁଏ । ପରେ ଅନେକ ଗୁଡିଏ ଲିଗ୍ ଭାରତରେ ଆରମ୍ଭ ହୁଏ ।
ଏହି ଲିଗ୍ ଗୁଡିକ ମଧ୍ୟର ଦୁରନ୍ତ କପ୍, ଆଇ ଲିଗ୍ ପରେ(NFl), ଫେଡେରେସନ କପ ଓ ରୋଭର୍ସ କପ ରହିଛି । ଏହି ଲିଗ ସବୁ ଭାରତରେ ଖେଳାଯାଉଥିବା ସମ୍ମାନଜନକ ଫୁଟବଲ ଲିଗ ମାନଙ୍କ ମଧ୍ୟରେ ଅନ୍ୟତମ । ତେବେ ଭାରତର ସର୍ବପୁରାତନ ଭାରତୀୟ ଲିଗ IFA ସିଲଡକୁ ବାଦ ଦିଆଯାଇଥିଲା ।
ତେବେ ନଜର ପକାନ୍ତୁ ଏହି ଲିଗ୍ ଗୁଡିକରେ ପ୍ରଭାବି ପ୍ରଦର୍ଶନ ଓ ସଫଳତା ଆଧାରରେ ଶ୍ରେଷ୍ଠ 5 ଭାରତୀୟ ଫୁଟବଲ କ୍ଳବ ଉପରେ...
5. ଚର୍ଚ୍ଚିତ ବ୍ରଦର, ଡେମ୍ପୋ ଏସସି ଓ ମହିନ୍ଦ୍ରା ୟୁନାଇଟେଡ-6ଟ୍ରଫି
ଗୋଆର ଚର୍ଚ୍ଚିତ ଫୁଟବଲ କ୍ଳବ ଚର୍ଚ୍ଚିଲ ବ୍ରଦର୍ସ ଓ ଡେମ୍ପୋ ସ୍ପୋର୍ଟ୍ସ କ୍ଳବ ଓ ବର୍ତ୍ତମାନର ମହିନ୍ଦ୍ରା ୟୁନାଇଟେଡ ପଞ୍ଚମ ସର୍ବାଧିକ ସଫଳ ଭାରତୀୟ ଫୁଟବଲ କ୍ଲବ । ପ୍ରତ୍ୟେକ 6ଟି ଲେଖାଏଁ ଟ୍ରଫି ବିଜେତା ରହିଛନ୍ତି ।
ଏସିଆର ସର୍ବପୁରାତନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁରନ୍ତ କପ 3ଥର ବିଜେତା ରହିଛି ଚର୍ଚ୍ଚିଲ । ଏଥିସହିତ ଆଇ-ଲିଗ ଦୁଇ ଥର ଓ ଫେଡେରେସନ କପ ଗୋଟିଏ ଥର ବିଜୟୀ ହୋଇଛି ।
ଅନ୍ୟପଟେ ଡେମ୍ପୋ ଆଇ-ଲିଗର ଅନ୍ୟତମ ସଫଳ ଫୁଟବଲ କ୍ଳବ ରହିଛି । 3ଟି ଆଇ-ଲିଗ, ଓ ଦୁଇଟି ନ୍ୟାସନାଲ ଫୁଟବଲ ଚମ୍ପିଆନସିପକୁ ମିଶାଇ ମୋଟ 5ଟି ନ୍ୟାସନାଲ ଚମ୍ପିଆନସିପ ବିଜୟୀ ରହିଛି । ବର୍ଷ 2004ରେ ପେଡେରେସନ କପ ବିଜେତା ରହିଥିଲା ଡେମ୍ପୋ ।
ମୁମ୍ବାଇର ମହିନ୍ଦ୍ରା ୟୁନାଇଟେଡ 1964ରେ ଆରମ୍ବ ହୋଇଥିଲା । 2010 ପରଠାରୁ ବନ୍ଦ ରହିଛି । ଏହି କ୍ଳବ ଫେଡେରେସନ କପ 2ଥର ବିଜେତା ରହିଛି । ଦୁରନ୍ତ କପ ଓ NFL ଥରେ ଲେଖାଏଁ ଜିତିପାରିଛି ।
4. ଜେସିଟି ଏଫସି- 8 ଟ୍ରଫି
ପଞ୍ଜାବର ଶକ୍ତିଶାଳୀ ଫୁଟବଲ କ୍ଳବ ଜେସିଟି ଏଫସି । ଏହାର ପୁରାନାମ ଜଗଜିତ କଟନ ଓ ଟେକ୍ସଟାଇଲ ଏଫସି । ଏହାର ଆରମ୍ଭ 1971ରେ ହୁଏ । ତେବେ ପ୍ରଥମ ଟିମ ଭାବେ ବର୍ଷ 1996ରେ NFL ବିଜୟୀ ହୁଏ ଏହି ଫୁଟବଲ କ୍ଳବ ।
ଲୁଧିଆନାର ଏହି ଫୁଟବଲ କ୍ଳବ 5ଥର ଦୁରନ୍ତ କପ ଓ 3ଥର ଫେଡେରେସନ କପ ବିଜେତା ରହିଛି ।